ବୋଲଗଡ ମହୋତ୍ସବ ଆଶା – ତୃତୀୟ ସନ୍ଧ୍ୟା

୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡତା  :-> ବୋଲଗଡ ମହୋତ୍ସବ କମିଟି ଆନୁକୂଲ୍ୟରେ ବୋଲଗଡ ମହୋତ୍ସବ ତୃତୀୟ ସନ୍ଧ୍ୟା ପାଳିତ ହୋଇଯାଇଛି l ବୋଲଗଡ ମହୋତ୍ସବର ସଭାପତି ତଥା ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ବରେ ଏହି ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ମନ୍ମଥ କୁମାର ରାଉତରାୟ,ମୁଖ୍ୟବକ୍ତା ଭାବେ ଓ ସମ୍ମାନିତ ଅତିଥିଭାବେ ବ୍ଲକ ମହିଳା ବିଜେଡି ସଭାପତି ପ୍ରଭାତୀ ରାଉତରାୟ, ସରପଞ୍ଚ ରଶ୍ମିତା ରାଉତରାୟ, ସରପଞ୍ଚ ଶୁଭଲଷ୍ମୀ ସୁନ୍ଦରାୟ, ସମିତି ସଭ୍ୟ ତୋଫାନ ବେହେରା,

ଶିକ୍ଷାବିତ୍ ତଥା ପାଞ୍ଚଗଡ଼ ରତ୍ନ କାଳୀଚରଣ ଜୟ ସିଂହ, ସମିତି ସଭ୍ୟ ରଞ୍ଜନ କୁମାର ଲେଙ୍କା, ସମିତି ସଭ୍ୟ ପ୍ରତିନିଧି ପ୍ରଦୀପ କୁମାର ମହାପାତ୍ର,ମୁଖ୍ୟ ବକ୍ତାଭାବେ ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ, ଚନ୍ଦନ ଦେଇ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ l ମହୋତ୍ସବର ପ୍ରାରମ୍ଭରେ ବଂଶୀଧର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ l

ମହୋତ୍ସବ କମିଟିର ସଭାପତି ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ବୀର ଦାସ ଅତିଥି ପରିଚୟ ପ୍ରଦାନ କରି ସମ୍ପଦକୀୟ ବିବରଣୀ ପାଠ କରିଥିଲେ l ସାମ୍ବାଦିକ ଦେବବ୍ରତ ହୋତା, ସତ୍ୟନାରାୟଣ ବାରିକ, ସଂଜୀବୀ କୁମାର ସେଠୀ, ଶିକ୍ଷାବିତ୍ ତଥା ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀ, କବି ଭକ୍ତ ବଲ୍ଲବ ପଟ୍ଟନାୟକ, ପ୍ରତିମା ପ୍ରଧାନ, ସଫଳ କୃଷକ ଅବନୀ କାନ୍ତ ପାଢ଼ୀ,ବିଶିଷ୍ଟ କ୍ରୀଡ଼ାବିତ ମିର୍ଜା ସିରାଜୁଦ୍ଦିନ ବେଗ, ସାହସକ ବାଳକ ଚିତ୍ତରଞ୍ଜନ ପ୍ରଧାନ,

ଶ୍ରେଷ୍ଠ ଛାତ୍ର ସ୍ୱରୂପ ନାୟକ, ସ୍ୱାଧୀନ ସୌରବ ସ୍ୱାଇଁ ପ୍ରମୁଖଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ଫୁଲ ତୋଡ଼ା, ଉତ୍ତରୀୟ ଓ ଟ୍ରଫି ପ୍ରଦାନ କରି ବୋଲଗଡ ମହୋତ୍ସବ ସମ୍ମାନରେ ସମ୍ମାନିତ କରିଥିଲେ l ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଓ ସଭାପତି ବୋଲଗଡର କଳା, ସାହିତ୍ୟ, ସଂସ୍କୃତ,ପରମ୍ପରା ଓ ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l ପରିଶେଷରେ କାବୁ ଚମ୍ପତ୍ତି ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Exit mobile version