ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳ ଓ ଡ଼ ନୃସିଂହା ନନ୍ଦ ମହାପାତ୍ର ଭୁବନେଶ୍ୱରରେ ସମ୍ବର୍ଦ୍ଧିତ

୨୯ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଓଡ଼ିଆ ମୋ ଭାଷା ସାହିତ୍ୟ ଅନୁଷ୍ଠାନ, ଜମ୍ଭରା , କେନ୍ଦୁଝର ର ଅନନ୍ୟା କଳା, ସାହିତ୍ୟ ଓ ସଂସ୍କୃତିର ମହୋତ୍ସବ ଭୁବନନେଶ୍ୱରର ମଦରସ ପବ୍ଲିକ ସ୍କୁଲ ଆଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ନୃସିଂହ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜନେତା ଓ କବି ପ୍ରସନ୍ନ ପାଟ୍ଟଶାଣୀ, ଓଡିଶା ସରକାରଙ୍କ ନିର୍ବାଚନ ଉପ ସଚିବ ପ୍ରମୋଦ କୁମାର ସାହୁ ମହୋଦୟ,

କଳା ସଂସ୍କୃତିର ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ,ସାହିତ୍ୟିକ ଡ଼ ଶଶଧର ପଣ୍ଡା, ସମ୍ପାଦକ ନାରାୟଣ ସେନାପତି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା, କଳାକାର, ସାହିତ୍ୟିକ, ସଂଗୀତଜ୍ଞ, ଅଭିନେତା, ସମାଜସେବୀ, ସାମ୍ବାଦିକ ଆଦି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଫୁଲବାଣୀର ବିଶିଷ୍ଟ ସାହିତ୍ୟିକ ଓ ପ୍ରକାଶକ ଡ଼ ନୃସିଂହାନନ୍ଦ ମହାପାତ୍ରଙ୍କୁ 2024 ର ଶ୍ରେଷ୍ଠ ଲେଖକ ଭାବେ ସମର୍ଦ୍ଧିତ କରିଥିଲା ବେଳେ

କନ୍ଧମାଳର ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ସଂଗଠକ ଶ୍ରୀ କୈଳାସ ଚନ୍ଦ୍ର ଧଳଙ୍କୁ ତାଙ୍କର ଶିଶୁ ସୃଜନ ପାଇଁ ‘ଅନନ୍ୟା ଶିଶୁ ସାହିତ୍ୟ ସମ୍ମାନ” ରେ ସମ୍ମାନିତ କରିଥିଲେ l ଉଭୟ ସାହିତ୍ୟିକ ଫୁଲବାଣୀର ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ସମ୍ବାଦ ସାହିତ୍ୟ ଘର, କମଳା ପ୍ରକାଶିନୀର ଗର୍ବ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l

Exit mobile version