ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା

୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି । ଆଜି ବାଙ୍କୀ ବୈଦ୍ୟେଶ୍ୱର ଟି-ସେତୁ ଠାରେ ବାଙ୍କୀ ଆବାହକ ସମିତି ପକ୍ଷରୁ ପ୍ରଥମ ଦିନରେ ଦିବ୍ୟରଥକୁ ଭବ୍ୟ ସ୍ୱାଗତ କରାଯାଇ ବିଭିନ୍ନ ଗାଁକୁ ନିଆଯାଇଥିଲା । ପ୍ରଥମେ ବୈଦ୍ୟେଶ୍ୱର, ନାଟେରୀ, ପୋଡାପାଟଣା, ଚଣ୍ଡୀଛକ, ସାତଖଣ୍ଡ , ଗୋଳାଗଣ୍ଡ, ଗୋପ, ରଜୀବ ଆଦି ଅଞ୍ଚଳରେ ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ରଥ ଗ୍ରାମବାସୀମାନେ ସ୍ୱାଗତ କରିବା ସହ ପୂଜାର୍ଚ୍ଚନା କରାଯାଇ ଭଜନ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗାଁ ଉତ୍ସବ ମୁଖର ହୋଇଉଠିଥିଲା । ଏହି ଦିବ୍ୟ ପାଦୁକା ରଥ ଯାତ୍ରା ବାଙ୍କୀର ପ୍ରାୟ ୧୦୦ଗୋଟି ଗ୍ରାମକୁ ପରିକ୍ରମା କରିବାର ଲକ୍ଷ୍ୟ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ ବାଙ୍କୀରେ ୫ଦିନ ଧରି ଚାଲୁ ରହିବ ବୋଲି ସୂଚନା ମିଳିଛି ।

ଆଜିର ଏହି ପରିକ୍ରମାରେ ରାଜ୍ୟ ପିଏଏସ୍ ସତ୍ୟସାଇ ସମିତି ଅବକାଶ ବେହେରା, ଜିଲ୍ଲା ସେବା ସଂଯୋଜକ ମନୋଜ ଦାସ, ବାଙ୍କୀ ସମିତି ଆବାହକ ସିଦ୍ଧାର୍ଥ ଶେଖର ମହାପାତ୍ର, ପୂର୍ବତନ ଆବାହକ ବାଙ୍କୀ ସମିତି ପ୍ରସନ୍ନ କୁମାର ପାଣିଗ୍ରାହୀ, କଟକ ଜିଲ୍ଲା ଇନ୍‌ଚାର୍ଜ ହେମନ୍ତ ସାହୁ, ସେବା ସଂଯୋଜକ ମନୋଜ କୁମାର ଦଳେଇ, ବୈଦ୍ୟେଶ୍ୱର ସରପଂଚ ସୁରଞ୍ଜନ ପଣ୍ଡା, କବି ରବିନାରାୟଣ ମଙ୍ଗରାଜ, ବୈଦ୍ୟେଶ୍ୱର ପଂଚାୟତ ସମିତି ସଭ୍ୟ ମହେଶ୍ୱର ରଣା, ଆଧ୍ୟାତ୍ମିକ ସଂଯୋଜିକା ସୁଜାତା ମହାପାତ୍ର, ସାମ୍ବାଦିକ ଗୌତମ ମିଶ୍ର, ସାମ୍ବାଦିକ ମାନସ ସାହୁ, ସୁବାସ ପଣ୍ଡା, ଅମିତା ପରିଡା, ବିଦ୍ୟାଧର ନାୟକ, ସମର ମନ୍ତ୍ରୀ, ସନ୍ତୋଷ ମିଶ୍ର, ପୁଷ୍ପଲତା ଖୁଣ୍ଟିଆ ପ୍ରମୁଖ ଶ୍ରୀ ସତ୍ୟସାଇଙ୍କ ଦିବ୍ୟ ପାଦୁକା ଯାତ୍ରା ପରିକ୍ରମରେ ସହଯୋଗ କରିଥିଲେ । ଆଜି ରାତ୍ର ସେବା ଅନୁଆରୀ ପଂଚାୟତର କୁରୁମ ଚଇନୀ ଠାରେ କରାଯିବାର ବ୍ୟବସ୍ଥା ସହ ଭଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ବାଙ୍କୀ ସମିତି ପକ୍ଷରୁ ସୂଚନା ମିଳିଛି ।

Exit mobile version