ଅଂଶୁପା ଡିଗ୍ରୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଆଲୋଚନାଚକ୍ର କାର୍ଯ୍ୟକ୍ରମ

୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ଅଂଶୁପା ଡ୍ରିଗୀ ମହାବିଦ୍ୟାଳୟରେ ଓଡ଼ିଆ ଭାଷା ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । + ୩ କଲେଜ ଅଧ୍ୟକ୍ଷ ଧରଣୀଧର ଜେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡକ୍ଟର ନିରୋଜ କୁମାର ମନ୍ତ୍ରୀ, ସମ୍ମାନିତ ଅତିଥି ଭାବେ ଡମପଡ଼ା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିତ୍ତରଞ୍ଜନ ରଣା ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।ଛାତ୍ରଛାତ୍ରୀଙ୍କ ଦ୍ୱାରା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଓଡ଼ିଆ ବିଭାଗ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାକୁ ଜୀବିତ ରଖିବା, ମାତୃଭୂମି , ମାତୃଭାଷା, ସାହିତ୍ୟ, ସଂସ୍କୃତି ଆଦିକୁ ଦେଶର କୋଣ ଅନୁକୋଣରେ ପ୍ରସାରିତ କରିବା ଆଜିର ଦିନରେ ଆବଶ୍ୟକ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ଦେଶର ଭାଷା ପ୍ରତି ରୁଚି ନରଖି ଓଡ଼ିଆ ଭାଷା ଓ ସଂସ୍କୃତିକୁ ପ୍ରସ୍ଫୁଟିତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଓଡ଼ିଆ ଭାଷାର ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଆଲୋକପାତ କରିଥିଲେ ବୁଦ୍ଧିଜୀବିମାନେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ପ୍ରଧ୍ୟାପକ ପ୍ରଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ ସହଯୋଗ କରିଥିଲେ ।

Exit mobile version