୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଣ୍ଡଳି ସ୍ଥିତ ପି.ଏମ୍.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କର ଶାରୀରିକ ବିକାଶ ପାଇଁ କ୍ରୀଡା ଓ ଯୋଗ ଏକମାତ୍ର ମାଧ୍ୟମ ବୋଲି କହିଥିଲେ ।
