୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀର :-> ଫୁଲବାଣୀର ବିଶିଷ୍ଟ ସମାଜ ସେବୀ ଓ କମଳା ପ୍ରକାଶିନୀର ସତ୍ବାଧୀକାରୀ ସ୍ବର୍ଗତ କମଳା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ସ୍ବର୍ଗତ ମହାପାତ୍ର ସାହିତ୍ୟ ପ୍ରତି ରୂଚି ରଖିଥିବା କାରଣରୁ ଏବେ ତାଙ୍କ ପୁତ୍ର ଡ଼ ନୃସିଂହାନନ୍ଦ ମହାପାତ୍ର ଜଣେ ବିଶିଷ୍ଟ ସାହିତ୍ୟିକ ଥିବାରୁ ତାଙ୍କ ଶ୍ରଦ୍ଧାଞ୍ଜଳି ସଭା ଏକ ସ୍ମରଣୀୟ ସାହିତ୍ୟ ସଭାରେ ପରିଣତ ହୋଇଥିଲା l

