Home ଓଡ଼ିଶା ଏ ସରକାର କଟନି ଛଟନି ସରକାର’ ଅଦିନିଆ ଲଗାଣ ବର୍ଷାରେ ବ୍ୟାପକ ଫସଲ ନଷ୍ଟ : କ୍ଷୟକ୍ଷତି ସଠିକ ଆକଳନ ଓ କ୍ଷତିପୂରଣ ଦାବି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଚାଷୀଙ୍କ ପାଇଁ ବିଜେଡିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ ୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଅଦିନିଆ ଲଗାଣ ବର୍ଷାରେ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ତାହାର ସଠିକ ଆକଳନ ଓ କ୍ଷତି ପୂରଣ ଦାବିରେ ଆଜି ବିଜୁ ଜନତା ଦଳ ବିକ୍ଷୋଭ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ରଣପୁର ପୂର୍ବତନ ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଜେଡି ନେତ୍ରୀ ଇରାନୀ ରାୟ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ ଓ ଦାବିପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ପଡିଆରେ ବିକ୍ଷୋଭ ସମାବେଶ ହୋଇଥିଲା। ନବୀନ ସରକାର ସମୟରେ ଚାଷୀଙ୍କ ପାଇଁ ପ୍ରଶାସନ ତତ୍ପର ରହୁଥିଲା। ମୋହନ ସରକାର ଚାଷୀଙ୍କୁ ହତାଦର କରୁଛି ବୋଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ। ଜିଲ୍ଲାର ୧୭୦୨ ଗାଁରେ ଆଜି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଏଫକ୍ୟୁମାନ ନାଁରେ ସରକାର ଚାଷୀଙ୍କ ସହ ଛଳନା କରାଯାଉଛି। ଦରଦାମବୃଦ୍ଧି ବିରୁଦ୍ଧରେ ଲଢେଇ ହେବ ବୋଲି କହିଥିଲେ। ଲୋକଙ୍କ ହୃଦୟରୁ ନବୀନ ଛାପ ହଟାଇ ପାରିବେ ନାହିଁ ବୋଲି କହିଥିଲେ। ଚାଷୀକୂଳ ପ୍ରତି ଭାରତୀୟ ଜନତା ପାର୍ଟିର ବୈମାତୃକ ମନୋଭାବ ବିରୁଦ୍ଧରେ ଜୋରଦାର ଲଢେ଼ଇ ହେବ ବୋଲି ଭାପୁର ବ୍ଲକ ଉପାଧ୍ୟକ୍ଷ କହିଥିଲେ। ଇରାନୀ ରାୟ ତାଙ୍କ ବକ୍ତବ୍ୟରେ ଭୀମ ବଳ କୁନ୍ତିଙ୍କୁ ଜଣା ବୋଲି କହିଥିଲେ। ମୁଁ ସେ ଦଳରେ ଥିଲି, ସେ ଦଳ କଣ ମୁଁ ଠିକ ଜାଣିଛି ବୋଲି କହିଥିଲେ। ରଣପୁର ପୂର୍ବତନ ବିଧାୟକ ଚାଷୀଙ୍କ ପାଇଁ ଲଢେଇ ବଜାୟ ରହିବ ବୋଲି କହିଥିଲେ। ଅମଳ ହୋଇଥିବା ଧାନ ମଣ୍ଡିକୁ ଚାଷୀ ଧାନ ଆଣି ପାରୁ ନଥିବା ବେଳେ ବିଲରେ ପଡ଼ିଥିବା ଧାନ ଗଜା ହେଲାଣି ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ଏ ସରକାର କଟନି ଛଟିନ ସରକାର। ସବୁ ଯୋଜନାରେ ସେ କଟନି ଛଟନି ଆରମ୍ଭ କରିଛନ୍ତି। ଯାହା ପ୍ରତିଶ୍ରୁତି ଦେଇଥିଲେ, ସବୁଥିରେ କଟନି ଛଟନି କରିଛନ୍ତି ବୋଲି ବିଧାୟକ କହିଥିଲେ। ମନ୍ତ୍ରୀ ବାଇଗଣ ୪ ଟଙ୍କାରେ ମିଳୁଛି କହି ଓଡ଼ିଶା ବାସୀଙ୍କୁ ତାତ୍ସଲ୍ୟ କରୁଛନ୍ତି। ଗଞ୍ଜେଇ ଗାଡ଼ି ଧରା ହେଲେ ଏ ସରକାର ପଲିଟିକାଲ ପ୍ରେସର ପକାଇ ଛଡ଼ାଇ ଦେଉଛନ୍ତି, କିନ୍ତୁ ବର୍ଷାକୁ ପଲିଟିକାଲ ପ୍ରେସର ପକାଇ ପାରିବେ ନାହିଁ। ନଭେମ୍ବର ଓ ଡିସେମ୍ବର ମାସରେ ବର୍ଷା ହେବା ଅସ୍ବାଭାବିକ। ରାଜ୍ୟକୁ ଅମଙ୍ଗଳ ପଡ଼ିଲେ, ଏଭଳି ହେବ ବୋଲି ନୟାଗଡ଼ ବିଧାୟକ କହିଥିଲେ। ଦଲାଲମାନେ ଚାଷୀଙ୍କଠାରୁ ୧୯ ଶହ ଟଙ୍କାରେ ଧାନ କିଣି ନେଲେଣି। ଜିଲ୍ଳାର ଏଯାଏଁ ମଣ୍ଡି ଆରମ୍ଭ ହୋଇନି ବୋଲି ନୟାଗଡ଼ ବିଧାୟକ କହିଥିଲେ। ଆଜିଠାରୁ ଆନ୍ଦୋଳନ ଆରମ୍ଭ। ତୁରନ୍ତ ସର୍ଭେ କରି କ୍ଷତି ପୂରଣ ଦିଅ। ଯଦି ଖେଳିବ, ତେବେ ଚାଷୀକୁଳ ରାଜ ରାସ୍ତାରେ ଖେଳ କରିବେ। ୨୦୨୫ ବର୍ଷ ହେଉଛି ଲଢେଇର ବର୍ଷ ବୋଲି ବିଧାୟକ କହିଥିଲେ। ଡବଲ ଇଞ୍ଜିନ, ଡବଲ ଶୋଷଣ, ଡବଲ କଷଣ ବୋଲି ବିଧାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ଉପକ୍ଷାଧ୍ୟ ଗୁରୁପ୍ରସାଦ ଜେନା, ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ୍ ପ୍ରିୟଦର୍ଶିନି, ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ସୁବାସ ଚନ୍ଦ୍ର କହଁର, ହରିଶ୍ଚନ୍ଦ୍ର ଜାନୀ, ବସନ୍ତ କୁମାର ପ୍ରଧାନ, ସଂଯୁକ୍ତା ପଢିଆରୀ, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂହ, ସତ୍ୟଭାମା ନାୟକ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଦୁର୍ଯ୍ୟୋଧନ ବେହେରା, ବିଜେଡି ଛାତ୍ର ସଭାପତି ନୀଳମାଧବ ପଣ୍ଡା, ନୟାଗଡ଼ ବ୍ଲକ ସଭାପତି ଅଜିତ ପ୍ରସାଦ ସାହୁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଶହ ଶହ କର୍ମୀ ଓ ଚାଷୀ ସାମିଲ ହୋଇଥିଲେ। ପଠାଣି ସାମନ୍ତ ଅଡିଟୋରିୟମଠାରୁ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026