Home ଅପରାଧ ୫୧୦ଲିଟର ମହୁଲି ମଦ ଜବତ, ମହିଳା ସମେତ ୩ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲୁଗାଁ :-> ଖୋର୍ଦ୍ଧା ଅବକାରୀ ଫ୍ଲାଇଙ୍ଗ ସ୍କୁଆର୍ଡ ଓ ବାଲୁଗାଁ ଅବକାରୀ ଟିମ ମିଳିତ ଭାବେ ଶନିବାର ଚଢ଼ାଉ କରି ନାଚୁଣୀ ନିକଟ କନ୍ଧ ଆମ୍ବଝର ଗ୍ରାମ ସ୍ଥିତ ପଥର ମୁଣ୍ଡିଆ ଜଙ୍ଗଲରୁ ବେଆଇନ ଭାବେ ପ୍ରସ୍ତୁତି ହେଉଥିବା ୫୧୦ଲିଟର ମହୁଲି ମଦ ଜବତ କରିଛନ୍ତି l ଏଥିରେ ସମ୍ପୃକ୍ତ ଜଣେ ମହିଳା ସମେତ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ କନ୍ଦୁରି ସ୍ୱାଇଁ, ସତ୍ୟବାଦୀ ପ୍ରଧାନ ଏବଂ ବୁଧି ପ୍ରଧାନ l ପ୍ରକାଶ ଯେ, ଜିରୋ ନାଇଟ ଏବଂ ନୂତନ ବର୍ଷକୁ ଦୃଷ୍ଟିରେ ରଖି ବେଆଇନ ମଦ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପୋଲିସ ପ୍ରଶାସନ ଏବଂ ଅବକାରୀ ବିଭାଗକୁ କଡା ନିର୍ଦ୍ଧେଶ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ କୌଣସି ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ଅଧିକ୍ଷକ ସୁମତି ତ୍ରିପାଠୀଙ୍କ ନିର୍ଦ୍ଧେଶ କ୍ରମେ ଫ୍ଲାଇଙ୍ଗ ସ୍କୁଆର୍ଡ ଉପ ନିରୀକ୍ଷକ ସୁଜିତ କୁମାର ନାଗ, ଟାଙ୍ଗୀ ନିରୀକ୍ଷକ ରାଧାକାନ୍ତ ଭୋଇ ଏବଂ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ସଦଳେବେଳେ ଶନିବାର ପୂର୍ବାହ୍ନ ପ୍ରାୟ ୧୦ ଘଟିକା ବେଳେ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉରେ ଏ ଏସ ଆଇ ସଞ୍ଜୟ କୁମାର ସୁବୁଦ୍ଧି, ଚିନ୍ମୟୀ ଦାସ,ତୁଷାର କାନ୍ତ ଚମ୍ପତି, ଆଶିଷ ପ୍ରଧାନ, ସଞ୍ଜୟ ରାଉତ ଏବଂ ସସ୍ମିତା ସେଠୀ ପ୍ରମୁଖ ସାମିଲ ହୋଇଥିଲେ l Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026