ମୋହ‌ନାରେ ମୃଦୁ ଭୂକମ୍ପ

୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର, ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ମୃଦୁ ଭୁକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଆଜି ପ୍ରାୟ ୧:୦୫ ରେ ଏକ ଶବ୍ଦ ହୋଇଥିଲା. ଏଥିସହ ଘରର ବିଭିନ୍ନ ଆସବାବପତ୍ର ଦୋହଲିବାକୁ ଲାଗିଥିଲା ।

ଭୁକମ୍ପ ହେଉଥିବା ଜାଣି ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ. ୨ ରୁ ୩ ସେକେଣ୍ଡ ଏଭଳି ଭୁକମ୍ପ ଅନୁଭୁତ ହୋଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଗଜପତି ଜିଲ୍ଲାର ମୋହନା ବ୍ଲକ ସଦର ମହକୁମାର କିଛି ଅଞ୍ଚଳ ସମେତ ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡବା, ଲୁହଗୁଡ଼ି, ମୋହନା ଅଞ୍ଚଳରେ ମଧ୍ୟ ଭୂକମ୍ପ ହୋଇଥିବା ସୂଚନା ମିଳିଛିମିଳିଛି ।

Exit mobile version