ମୋହନାରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ

୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :-> ଗଜପତି ଜିଲ୍ଲା ମୋହନା ବ୍ଳକର କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଠିତ ହୋଇଥିଲା । ଗଜପତି ଜିଲ୍ଲା ସଭାପତି ଜଗବନ୍ଧୁ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁ, ମୁଖ୍ୟ ବକ୍ତା ସ୍ଥାନୀୟ ପୂର୍ବତନ ବ୍ଳକ ଅଧ୍ୟକ୍ଷ ରାମ ଦଳବେହେରା, ସମ୍ମାନିତ ଅତିଥି ରାୟଗଡ ବ୍ଳକ ଅଧ୍ୟକ୍ଷା ପୂଣ୍ଣବାସୀ ନାୟକ, ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ମୋହନା ଜିଲ୍ଲା ପରିଷଦସଭ୍ୟ ଚନ୍ଦ୍ର କୁମାର ମଳିକ, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋଯୀ ପ୍ରମୁଖ ଯୋଗ ଦେଇଥିଲେ ।

ଅତିଥିମାନେ ନିଜ ବକ୍ତବ୍ୟରେ ବିଜୁ ଜନତା ଦଳ ଶାସନରେ ନ ଥାଇ ମଧ୍ୟ ଓଡିଶାବାସୀଙ୍କ ପ୍ରିୟଭଜନ ହୋଇଥିବା, ରାଜ୍ୟବାସୀ ନବୀନଙ୍କୁ ଝୁରୁଛନ୍ତି, ବିଭିନ୍ନ ଜନହିତକର କାର୍ଯ୍ୟ ବିଜୁ ଜନତା ଦଳ ସରକାର ସମୟରେ ହୋଇଥିଲା ବୋଲି କରିଥିଲେ । ବର୍ତମାନ ଦରଦାମ୍ ବୃଦ୍ଧି, ଚାଷୀ ଓ ଖାଉଟି ମାରଣା ନୀତି ତୀବ୍ର ବିରୋଧ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଳକରୁ ସମର୍ଥିତ ନିର୍ବାଚତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ନାଏବ ସରପଞ୍ଚଙ୍କ ସମେତ ଏକ ଶହରୁ ଉଦ୍ଧ୍ବ କର୍ମୀ ମାନେ ଯୋଗଦେଇଥିଲେ । ଶେଷରେ ବରିଷ୍ଠ ବିଜେଡି ନେତା ତଥା ଓକିଲ ବିଳାସ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version