ନଛିପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ

୨୮ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ  :->  କଟକ ସଦର ବ୍ଲକ ଅନ୍ତର୍ଗତ ଉରାଳୀ ଗ୍ରାମ ପଂଚାୟତ ତେଲଙ୍ଗାପେଣ୍ଠ ନିକଟସ୍ଥ ନଛିପୁରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ତ୍ରୟୋଦଶ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଶନିବାର ସନ୍ଧ୍ୟାରେ ବଢ଼େଇସାହି ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅନାମ ଚରଣ ଦାସ ଅଧ୍ୟକ୍ଷତା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୁନିଲ ଶର୍ମା ମୁଖ୍ୟଅତିଥି, ଡ଼କ୍ଟର ରମେଶ ଚନ୍ଦ୍ର ଦାସ ଉଦଘାଟକ, ସୁଧାଂଶୁ ଶେଖର ଅଧିକାରୀ ମୁଖ୍ୟବକ୍ତା, ଡ଼କ୍ଟର ଶରତ ଚନ୍ଦ୍ର ରଥ, ଶିଶିର କୁମାର ଜେନା, ସନ୍ତୋଷ କୁମାର ପ୍ରଧାନ ବାବାଜୀ ଚରଣ ମୁଦୁଲି ସମ୍ମାନିତ ଭାଵେ ଯୋଗଦାନ କରି କହିଲେଯେ, ଏହି ଅନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ କୋଟିର ଶିକ୍ଷାଦାନ ପ୍ରଦାନ କରିବା ସହିତ,

ସେମାନଙ୍କୁ ଆଧ୍ୟାତ୍ମିକ, ଯୋଗ ଶିକ୍ଷା ପ୍ରଦାନ କରି ସଂସ୍କାରି କରିଗଢି ତୋଳିବାକୁ ପ୍ରୟାସ ଜାରି ରଖିଛି । ଏହି ଅବସରରେ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ନିମାଇଁ ଚରଣ ଜେନା ସ୍କୁଲର ବିଭିନ୍ନ କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଭାଗରେ ଉତ୍କର୍ଷତା ପ୍ରତିପାଦନ କରିଥିବା, ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ । ବିଦ୍ୟାଳୟର ସମସ୍ତ ସହକାରୀ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଉତ୍ସବରେ ସକ୍ରିୟ ଯୋଗଦାନ ପୂର୍ବକ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ। ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟ ଦେଖିବା ପାଇଁ ଅବିଭାବକ ଅବିଭାବିକା ଏବଂ ସ୍ଥାନୀୟ ଅଞ୍ଚଳରଲୋକଙ୍କ ଭିଡ଼ ଜମିଥିଲା ।

Exit mobile version