୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ବ୍ଲକ ସଂପୁର ଗ୍ରାମର ବାଲୁଙ୍କେଶ୍ୱର ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଳବ୍ ଆନୁକୁଲ୍ୟରେ ଟାଙ୍ଗୀ ପଡ଼ିଆଠାରେ ଆୟୋଜିତ ଚତୁର୍ଦ୍ଧଶତମ ଲକ୍ଷ୍ମୀଧର ସ୍ମାରକୀ କ୍ରିକେଟ ଟୁର୍ଣାମେଣ୍ଟର ଶୁକ୍ରବାର ଷଷ୍ଠ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଏହି ମ୍ୟାଚରେ ଏମ.କେ.ସି.ସି, ଘୋରଡିଆ ଓ ବି.ସି.ସି, ଲୋଧାଚୁଆ ମଧ୍ୟରେ ମୁକାବିଲା ହୋଇଥିଲା।ଘୋରଡିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୯.୨ ଓଭର ଖେଳି ସମସ୍ତ ଉଇକେଟ ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଲୋଧଚୁଆ ଦଳ ୧୯.୨ ଓଭର ଖେଳି ୯୨ r ରନ କରି ସମସ୍ତ ଉଇକେଟ ହରାଇ ପରାଜିତ ହୋଇଥିଲା ।

