Home ଓଡ଼ିଶା ବେଲଘରରେ ଡିମ୍ବୁଲି ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ନିକଟରେ ଡିମ୍ବୁଲି ମହୋଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ସଭାପତି ଗୌରଚନ୍ଦ୍ର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ମୁଖ୍ୟ ସଂଯୋଜକ ପବିତ୍ର କହଁର ଙ୍କ ସମେତ ବେଲଘର ସରପଞ୍ଚ ଗୋବିନ୍ଦ ମାଝି ,ଦୟାନିଧି ଯାନୀ ,ରାମ ମାଝିଙ୍କ ସମେତ ଅଞ୍ଚଳର ଶତାଧିକ ଆଦିମ ଜନଜାତି ଓ ଜନଜାତି ର ମୁଖିଆ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଆସନ୍ତା ଫେବୃଆରୀ ୧୮,୧୯ ଓ ୨୦ ତିନିଦିନ ଧରି ଏହି ମହୋତ୍ସବ ପାଳନ କରିବା ପାଇଁ ସ୍ଥିର କରଯାଇଥିଲା । ଏହି ମହୋତ୍ସବ ରେ ରାଜ୍ୟର ୨୦ ଟି ଜିଲ୍ଲାରେ ବସବାସ କରୁଥିବା ଅନୁସୂଚିତ ଜନଜାତି ର କ୍ଲାମ୍ବୁ ରୁ ଶହଶହ ବ୍ୟକ୍ତି ଏହି ମହୋତ୍ସବ ରେ ଆସି ପୂଜା ଅର୍ଚ୍ଚନା ରେ ଭାଗ ନେବେ । ଅନୁସୂଚିତ ଜନଜାତି ଓ ଆଦିମ ଜନଜାତି କୂଟିଆ ମାନଙ୍କ ଉତ୍ପତ୍ତି ସ୍ଥଳ ଆଦି ଦେବୀ ସେହି ପବିତ୍ର ଡିମ୍ବୁଲି ପାହାଡ ର ଐତିହ୍ୟ ଓ ପରମ୍ପରା କୁ ଉଦଜୀବିତ ରଖିବା ସହ ମହାନ ସଂସ୍କୃତିକୁ ଅବକ୍ଷୟ ରୁ ବଞ୍ଚାଇ ରଖିବା , ସେହି ସ୍ଥାନକୁ ଏକ ପବିତ୍ର ସ୍ଥାନ ର ମାନ୍ୟତା ପ୍ରଦାନ କରିବା ଓ ହେରିଟେଜ ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନିତ ପାଇଁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିବା ଡିମ୍ବୁଲି ମହୋତ୍ସବର ପ୍ରଥମ ଲକ୍ଷ ରହିଛି ବୋଲି ପୂର୍ବତନ ବିଧାୟକ କରେନ୍ଦ୍ର ମାଝି କହିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ଓଡ଼ିଶା ଫଟୋଗ୍ରାଫର ମହାସଂଘ ପକ୍ଷରୁ ଫଟୋ ଓ ଭିଡିଓ ବାଣିଜ୍ୟ ମେଳାରେ କନ୍ଧମାଳର ଦୁଇ ପ୍ରତିଭାଙ୍କୁ ସମ୍ମାନ by Proprietor Abhimanyu Maharana September 29, 2026 କ୍ରୀଡ଼ା ପ୍ରତିଭାକୁ ସମ୍ମାନ, ବାଲିଗୁଡ଼ା କ୍ରୀଡ଼ା ସଂଘର ନିଆରା ପଦକ୍ଷେପ : ପ୍ରତିଯୋଗୀ ଙ୍କୁ ସମ୍ମାନିତ by Proprietor Abhimanyu Maharana September 29, 2026 ଶତାୟୁ ଜଳଧର ଙ୍କ ସ୍ମୃତି ଚାରଣ ଓ ସ୍ମରଣିକା ଉନ୍ମୋଚନ by Proprietor Abhimanyu Maharana September 29, 2026 ପୁରୀ ଜିଲା କଂଗ୍ରେସ ପକ୍ଷରୁ ମୁଖ୍ଯ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ ଓ ବିକ୍ଷୋଭ by Proprietor Abhimanyu Maharana September 29, 2026 ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026