Home ଓଡ଼ିଶା ଡକାୟତି ମାମଲା ରେ ଦୁଇ ଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା ,ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହର ରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । ୩୯୫ ଆଇପିସି ଆଧାର ରେ ଥାନା ଅଧିକାରୀ ଆଶୁତୋଷ ମିଶ୍ର ଏହାର ତଦନ୍ତ ଭାର ନେଇ ୪ ଜଣକୁ ଗିରଫ କରିଥିଲେ । ଡକାୟତି ଘଟଣା ର ସରକାରୀ ଏପିପି ସୁରେଶ କୁମାର ପଟ୍ଟନାୟକ ମାମଲା ଲଢୁଥିବା ବେଳେ ୧୦ ବର୍ଷ ପରେ ବାଲିଗୁଡା ସହକାରୀ ଦୌରାଜଜ ଅପୂର୍ବ କୁମାର ରାୟ ଦୁଇ ମୁଦାଲା ରାକେଶ@ ରୁଲୁ କୁମାର ନାୟକ ଓ ରଞ୍ଜିତ କୁମାର ନାୟକ ଙ୍କୁ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ମାମଲା ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୨ ମାସ ଅଧିକ ସଜା ବିଧାନ ହେବ ବୋଲି ରାୟ ରେ ପ୍ରକାଶ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ସହରର ହନୁମାନ ମନ୍ଦିର ନିକଟରେ ରହିଥିବା କେ.ରାମକୃଷ୍ଣ ପାତ୍ର ପାଟ୍ଟଖଣ୍ଡା ମିକଶ୍ଚର ମାଲିକ ଘରେ ନ ଥିବା ବେଳେ ସନ୍ଧ୍ୟା ସମୟରେ ପୁଅ ଝିଅ ଦୁହେଁ ଟ୍ୟୁସନ ଯାଇ ଘରକୁ ସନ୍ଧ୍ୟା ସମୟରେ ଫେରିଥିଲେ ଏହି ସମୟରେ ଝିପି ଝିପି ବର୍ଷା ହେଉଥିବାରୁ ଲୋକଙ୍କ ଗହଳି ନଥିଲା ଏହି ସମୟରେ ଘରେ ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଧରି ପଶି ଆଲମରୀ ଭାଙ୍ଗି ସୁନା ,ରୂପା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ । ଏହା ସହର ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ଏହା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋର ଦାର କରି ପ୍ରଥମେ ଦୁଇ ଜଣ ଓ ପରେ ଆଉ ଦୁଇ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ମାଲକାନଗିରିରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana August 5, 2026 ସରିଗଲାଣି ରଥଯାତ୍ରା - ବଡଦାଣ୍ଡ ରୁ ଉଠିନି ବାଲିବସ୍ତା by Proprietor Abhimanyu Maharana August 5, 2026 ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ପୂଜନ ଓ ବୃକ୍ଷ ରୋପଣ by Proprietor Abhimanyu Maharana August 5, 2026 ରଥଯାତ୍ରା ଆଣ୍ଟି ସ୍ନାଚିଂ ଅଭିଯାନ ୧୭୫ ସ୍ନାଚର ଗିରଫ, ୩୦୪ ମୋବାଇଲ ଉଦ୍ଧାର by Proprietor Abhimanyu Maharana August 5, 2026 ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ by Proprietor Abhimanyu Maharana August 5, 2026 ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଂକୁ ଜମାରାଶି ପ୍ରଦାନ by Proprietor Abhimanyu Maharana August 5, 2026