ବର୍ଷା ନେଇଗଲା ପାଚିଲା ଫସଲ, ଲୁହ ଗଡାଉଛି ଚାଷୀ

୨୭ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> ରାଜ୍ୟରେ ଚାଲିଥିବା ତୁହାକୁ ତୁହା ବର୍ଷା ଯୋଗୁଁ ଚାଷୀଙ୍କର ସୁନାର ପାଚିଲା ଧାନ, ଓ ପନିପରିବା ଫସଲ ଉଜାଡି ଦେଇଛି, ଏବେ ବିଲରେ ଧାନ ପାଣିରେ ବୁଡି ଗଜା ହୋଇଛି, ଚାଷ ପାଇଁ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରି ଧାନ ଓ ପନିପରିବା ଚାଷ କରିଥିଲେ ଚାଷୀ, ସେତକ କାଳ ନେଇଗଲା, କିପରି ଋଣ ଅର୍ଥ ସୁଜିବେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି, ।

ଏଥର ଧାନ ଫସଲ ଭଲ ହୋଇଛି, ଖୁସିଥିଲେ ଚାଷୀ ଏବେ ଧାନ ଅମଳ କରିଥାଆନ୍ତେ, କିନ୍ତୁ ଭଗବାନ ସହିଲେ ନାହିଁ, କହି ନିଆଳି, କଣ୍ଟାପଡ଼ା, ବାରଙ୍ଗ ବ୍ଲକ ଏବଂ ବାଲିପାଟଣା, ବାଲିଅନ୍ତା ବ୍ଲକର ବହୁ ଚାଷୀ କାନ୍ଦି କାନ୍ଦି ଏବେ ସେମାନେ କେବଳ ଆଖିର ଲୁହ ଗଡାଉଥିବା ସାର ହୋଇଛି । ଏ ବର୍ଷାରେ ୭୦ ପ୍ରତିଶତ ଧାନ, ପନିପରିବା ଫସଲ କ୍ଷତିଗ୍ରସ୍ତ ହୋଇଛି , ବିଲରେ ଅଧିକାଂଶ ଧାନ ପାଣିରେ ବୁଡ଼ି ଗଜା ହୋଇଗଲାଣି,

ଧାନ ଅମଳ କରିବେ କେମିତି , ଚାଷୀମାନେ ଧାର କରଜ ଋଣ କରି ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କରୁ ଟଙ୍କା ଆଣି ଚାଷ କରିଥିଲେ, ଏବେ ଲଗାଣ ବର୍ଷା ପାଣିରେ ସେସବୁ ଫସଲ ଗଜା ହୋଇ ନଷ୍ଟ ହୋଇ ପଡିଛି, ସେମାନେ କରଜ ଋଣ କିପରି ସୂଜିବେ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଏବେ ପୁଣି ବର୍ଷା ହେବାରୁ ପରିସ୍ଥିତି ଦୟନୀୟ ହୋଇପଡିଛି ,

ଧାନ ମୁଠେ ବି ଅମଳ ହେବା ସମ୍ବବପର ନୁହେଁ , ଆଉ ମଧ୍ୟ ଲୋକେ ଖାଦ୍ୟ ଖାଇବା ପାଇଁ ଚାଉଳ ଗଣ୍ଡେ ପାଇବେ ନାହିଁ ବୋଲି ଚାଷୀ କହିଛନ୍ତି । ଖାଲି ସେତିକି ନୁହେଁ ଧାନ ଗଛଗୁଡିକ ପାଣିରେ ପଚିସଢ଼ୀ ଜିବାରୁ ଏହା ଗାଈ ଗୋରୁଙ୍କ ପାଇଁ ଖାଦ୍ୟର ନଡ଼ା କିମ୍ବା କୁଟା ରୂପେ ବ୍ୟବହାର ହୋଇପାରିବ ନାହିଁ ବୋଲି କୁହାଯାଏ । ଏଣୁ ରାଜ୍ୟ ତଥା କେନ୍ଦ୍ର ସରକାର ଚାଷୀଙ୍କର ଏହି ଦୁଃଖ ଦୁର୍ଦ୍ଦଶା ବିଷୟ ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସାହାର୍ଯ୍ୟ କରିବାକୁ ଚାଷୀଙ୍କ ପକ୍ଷରୁ ଦାବୀ କରାଯାଇଅଛି ,

Exit mobile version