
୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟପାଳ ପଦ ଏକ ସାମ୍ବିଧାନିକ ପଦ । ସମ୍ବିଧାନର ପରିଧି ମଧ୍ୟରେ ରହି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସୁଫଳ ଯେପରି ଜନସାଧାରଣଙ୍କ ନିକଟରେ ପହଂଚିପାରିବ ସେଥିପାଇଁ ସର୍ବଦା ଚେଷ୍ଟା କରିଛି ବୋଲି ବିଦାୟୀ ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିବା ସହିତ ସମସ୍ତଙ୍କ ସହଯୋଗରେ ଓଡ଼ିଶାବାସୀଙ୍କ ସେବା କରିଛି ବୋଲି ସେ ପ୍ରକାଶ କରିଛନ୍ତି । ଆଜି ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ରାଜଭବନ ପରିବାର ପକ୍ଷରୁ ରାଜ୍ୟପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ ପାଇଁ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସେ ରାଜ୍ୟପାଳ ଦାୟିତ୍ୱ ଗ୍ରହଣର ପ୍ରଥମ ଚାରିମାସ ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲା ଗସ୍ତ କରି ତୃଣମୂଳସ୍ତରରେ ଜନସାଧାରଣଙ୍କ ସହ ଯୋଡ଼ି ହେବା ପାଇଁ ଓ ସେମାନଙ୍କର ଅଭାବ ଅସୁବିଧା ଦୂର କରିବା ପାଇଁ ସେ ପ୍ରାଥମିକତା ଦେଇଥିଲେ ଓ ଏହା ତାଙ୍କୁ ଅଶେଷ ଆତ୍ମସନ୍ତୋଷ ପ୍ରଦାନ କରିଥିଲା ବୋଲି ସେ କହିଥିଲେ ।

