ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ

୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ  :-> ବିଜୁ ଜନତା ଦଳ ପ୍ରତିଷ୍ଠାକୁ ୨୭ ବର୍ଷ ପୁରି ୨୮ ବର୍ଷରେ ପଦାର୍ପଣ କଲା । ଏହି ପରିପ୍ରେକ୍ଷୀରେ ଜଟଣୀ ନିର୍ବାଚନ ମଣ୍ଡଳୀ ତରଫରୁ ଜଟଣୀ ପୌରପରିଷଦ ଅନ୍ତର୍ଗତ ମା’ ଡମଣେଇଙ୍କ ମନ୍ଦିର ଠାରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଅବସରରେ ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଏଥିରେ ବିଜୁ ଜନତା ଦଳକୁ ତୃଣ ମୂଳ ସ୍ତରରୁ ଶକ୍ତିଶାଳୀ କରିବା ପାଇଁ ଶପଥ ପାଠ କରିବା ସହ ବିଜୁ ଜନତା ଦଳକୁ ଓଡିଶାରେ ପୁଣି କ୍ଷମତାକୁ ଆସିବା ପାଇଁ ଦଳର ସମସ୍ତ କର୍ମୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ଏବଂ ଜନସାଧାରଣ ଙ୍କ ନିକଟତର ହେବା ପାଇଁ ପରାମର୍ଶ ଦେଇଥିଲେ ଜଟଣୀର ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ବଳବନ୍ତରାୟ ।

Exit mobile version