Home ଓଡ଼ିଶା ବେଗୁନିଆରେ ବିଜେଡ଼ିର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆଗାମୀ ଦିନରେ ରାଜ୍ଯ ସରକାର ନିର୍ବାଚନୀ ପ୍ରତିଶୃତି ପାଳନ ପାଇଁ ଜୋରଦାର ଆନ୍ଦୋଳନ କରିବା ସୂଚନା ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ଦାବି ୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ପୂର୍ବାହ୍ନ ବାରଟା ବେଳେ ଖୋର୍ଦ୍ଦା ଜିଲ୍ଲା, ବୋଲଗଡ ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ଆବାହକତ୍ୱରେ ନିର୍ବାଚନ ମଣ୍ଡଳୀରୁ ଶତାଧିକ କର୍ମୀଙ୍କ ଗ୍ରହଣରେ ବେଗୁନିଆ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ କୁ ଯାଇ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବିଜୁ ପଟ୍ଟନାୟକ ଟାଉନ ହଲରେ ମହା ଆଡ଼ମ୍ବରରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ! ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଡ଼ଃ ଅରୁଣ ସାହୁ ଯୋଗ ଦେଇ ଆଗାମୀ ଦିନରେ ସାରା ଓଡ଼ିଶା ବାସୀଙ୍କ ପାଇଁ ବୋଲଗଡ ବେଗୁନିଆ ବାସି ଉଦାହରଣ ସ୍ୱରୂପ ରଜ୍ୟ ସରକାରଙ୍କ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ଆନ୍ଦୋଳନାତ୍ମକ ପନ୍ଥା ଶୀଘ୍ର ଜୋରଦାର କରିବାକୁ ଅଭି ଭାଷଣ ଦେଇଥିଲେ !୩୦୦ ୟୁନିଟ ବିଜୁଳି ଫ୍ରୀ, ବାର୍ଦ୍ଧକ୍ୟ ଭତ୍ତା ୩୦୦୦, ମହିଳା ମାନଙ୍କୁ ମାସିକ ଏକ ହଜାର, ଧାନର ବିନା କଟଣି ଛଟଣିରେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଆଦି ପ୍ରସଙ୍ଗ ସହ ମହିଳା ମାନଙ୍କ ସୁରକ୍ଷାର ଦାବି ଗୁଡ଼ିକୁ ନେଇ ଶୀଘ୍ର ଜୋରଦାର ଆନ୍ଦୋଳନ ଆଗାମୀ ଦିନରେ କରାଯିବ ବୋଲି ବକ୍ତବ୍ୟରେ କହି ଥିଲେ ! ଉକ୍ତ ସଭାରେ ବୋଲଗଡ ବ୍ଳକ ବିଜେଡ଼ି ସଭାପତି ବାନାମ୍ବର୍ ମାଝୀ ଅଧ୍ୟକ୍ଷତା କରି ଥିବା ବେଳେ ବେଗୁନିଆ ବ୍ଳକ ଚେୟାରମେନ ଲକ୍ଷ୍ମୀଧର ସୁବୁଦ୍ଧି, ବୋଲଗଡ ବ୍ଳକ ଚେୟାର ମ୍ୟାନ ହୁଲାଶ ପ୍ରଧାନ, ଜିଲ୍ଲା ବିଜେଡି ଉପ ସଭାପତି ପ୍ରଫୁଲ୍ଲ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ସୁବାସ ଚନ୍ଦ୍ର ରାୟଗୁରୁ ଓ ସୁନନ୍ଦା ସାହୂ, ବେଗୁନିଆ ବ୍ଳକ ବିଜେଡି ସଭାପତି ପ୍ରଶାନ୍ତ ବେହେରା , ସମସ୍ତ ୪୦ ଟି ପଞ୍ଚୟତରୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ନାରୀ ନେତ୍ରୀ, ବିଜୁ ପ୍ରେମୀ ମାନେ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ୍ବ କର୍ମୀ ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ! କର୍ମୀ ମାନେ ବିଜେପି ସରକାରଙ୍କ ଅପାରଗତାକୁ ଗାଁ ଗାଁ ରେ ଘରେ ଘରେ ପହଞ୍ଚାଇ ବିଜୁ ଜନତା ଦଳକୁ ସୁଦୃଢ କରିବା ନିମନ୍ତେ କାର୍ଯ୍ୟ କରିବାକୁ ବିଧାୟକ ପ୍ରଦୀପ ସାହୁଙ୍କ ବକ୍ତବ୍ୟରେ କହିଥିଲେ ! ଅଦିନିଆ ବର୍ଷାରେ ଯଥା ଶୀଘ୍ର କ୍ଷତିପୂରଣ ଅର୍ଥ ପ୍ରଦାନ ପାଇଁ ବିଜେଡି ରାଜ ରାସ୍ତାକୁ ଓହ୍ଲାଇବ ବୋଲି କର୍ମୀ ମାନେ ସୂଚନା ଦେଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 12, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026