Home ଓଡ଼ିଶା ହିଞ୍ଜିଳିରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ଓ ସ୍ମାରକ ପତ୍ର ପ୍ରଦାନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ପାଳିତ ହେଉଛି ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ। ଏହି କ୍ରମରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ନଗର ଓ ବ୍ଲକ ପକ୍ଷରୁ ଗୁରୁବାର ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଛି। ବିଜେଡ଼ି ନଗର ସଭାପତି ହୃହୟାନନ୍ଦ ମହାପାତ୍ର ଓ ବ୍ଲକ ସଭାପତିଙ୍କ ମିଳିତ ନେତୃତ୍ୱରେ ଶତାଧିକ ନେତା ଓ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ବିଜୁ ପଟ୍ଟନାୟକ ଛକ ନିକଟରେ ସମବେତ ହୋଇଥିଲେ। ବିଜୁ ବାବୁଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସେଠାରେ ଏକ ପଥପ୍ରାନ୍ତ ସଭା ଆୟୋଜନ କରି ନବୀନ ବାବୁଙ୍କ ବଳିଷ୍ଠ ନେତୃତ୍ୱରେ ଗତ ୨୪ବର୍ଷର ସୁଶାସନ, ବହୁ ଜନ କଲ୍ୟାଣକାରୀ ଯୋଜନାର ପ୍ରଣୟନ, ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ମାତ୍ର ଗତ ୬ ମାସ ଧରି ରାଜ୍ୟ ଶାସନ କରୁଥିବା ଜୁମୁଲା ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା କହିଥିଲେ । ବିଜୁ ଜନତା ଦଳ ଓ ନବୀନ ବାବୁ ସଦାବେଳେ ଓଡ଼ିଶା ବାସୀଙ୍କ ପାଇଁ ରହିଛନ୍ତି ଓ ରହିବେ ବୋଲି ଆଗ ଧାଡ଼ିର ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ । ପରେ ଏକ ପ୍ରତିନିଧି ମଣ୍ଡଳୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସମ୍ପ୍ରତି ଅଦିନିଆ ବର୍ଷାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳର ଚାଷୀ ପରିବାରର ଅନେକ ଫସଲ ନଷ୍ଟ ହୋଇଛି। ପାଚିଲା ଧାନ ସହ ପନିପରିବା ଫସଲ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହି ଦୁର୍ଦ୍ଦିନ ପରିସ୍ଥିତିରେ କ୍ଷୟକ୍ଷତି ଆକଳନ କରି ଅତିଶୀଘ୍ର କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଚାଷୀ ମାନଙ୍କୁ ମାଗଣାରେ ବିହନ ଯୋଗାଇବା, ବିଜୁଳି ବିଲ୍ ଛାଡ, କୃଷି ଋଣ ଛାଡ ସହ ଧାନର ଗୁଣାତ୍ମକ ମାନ(FAQ) ରେ କୋହଳ ମନୋଭାବ ପୋଷଣ କରିବା ସହ ଗମ ଧାନ ଫସଲକୁ ସରକାର କ୍ରୟ କରିବାକୁ ତହସିଲଦାର ଭିକାରୀ ସାହୁଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଯଦି ସରକାର କ୍ଷତିଗ୍ରସ୍ତ ଚାଷୀଙ୍କ ପ୍ରତି କୌଣସି ଅବହେଳା କଲେ ବିଜୁ ଜନତା ଦଳ ଚାଷୀ ମାନଙ୍କ ସ୍ୱାର୍ଥ ହାସଲ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସତର୍କ କରାଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସୁରେନ୍ଦ୍ର ନାଥ ପ୍ରଧାନ, ଡିଆରଡିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌର ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ବ୍ଲକ ଅଧ୍ୟକ୍ଷା ସରସ୍ଵତୀ ସେଠୀ,ଜିଲ୍ଲା ପରିଷଦ ସଭ୍ୟ ଏ. ସୁଦର୍ଶନ ଓ ପ୍ରୀତି ସାହୁ, ପୌର ପରିଷଦ ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ନୀଳମଣି ପଟ୍ଟନାୟକ,ସୁନୀଲ ଗନ୍ତାୟତ, ଅନିଲ କୁମାର ସ୍ବାଇଁ, ମନୋଜ କୁମାର ସାବତ, ଯୁଧିଷ୍ଠିର ସ୍ବାଇଁ, ଯୁଧିଷ୍ଠିର ଦାସ, ବସନ୍ତ ସେଠୀ,ବି.ରାମଚନ୍ଦ୍ର, ଜିତୁ ଗୌଡ଼, ରାମଚନ୍ଦ୍ର ଗୌଡ଼, ବାପୁନି ସାହୁ, ମନୁ ପାଢ଼ୀ, କାହ୍ନୁ ଚୌଧୁରୀ, ସନ୍ତୋଷ କୁମାର ମହାରଣା, ରଶ୍ମିତା ବେହେରା, ସୁଶୀଳା ପାତ୍ର, କାଳିଆ ବେହେରା, ସଞ୍ଜୟ ସ୍ବାଇଁ, ସନାତନ ନାହାକ, ରୋହିତ ବିଷୋୟୀ ପ୍ରମୁଖଙ୍କ ସମେତ ପଞ୍ଚାୟତ ଜନ ପ୍ରତିନିଧି ଓ ପୌର କାଉନସିଲର ଯୋଗ ଦେଇଥିଲେ। କାଉନସିଲର ବିଭୁ ପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଗଞ୍ଜାମ, ରାଜନୀତି, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026