୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଜାପାନର ଆଇଟି କମ୍ପାନୀରେ ନିଯୁକ୍ତି ପାଇଛନ୍ତି ପୁରୀ କୋଣାର୍କ ମେରାଇନ ଡ୍ରାଇଭିରୋଡସ୍ଥିତ ଚନ୍ଦ୍ରଶେଖର ଏକାଡେମୀର ୫ ଛାତ୍ର । ସେମାନେ ଆସନ୍ତା ୩୦ ତାରିଖରେ ଜାପାନ ଯିବାର କାର୍ଯ୍ୟକ୍ରମ ରହିଛି । ଗତ ୨ବର୍ଷ ଧରି ଜାପାନ ଭାଷା ଓ ଆଇଟି ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିଲେ । କୃତକାର୍ଯ୍ୟ ପରେ ସଂପୃକ୍ତ ଛାତ୍ରମାନଙ୍କୁ ଜାପାନର ଏକ ବିଶିଷ୍ଟ ଆଇଟି କମ୍ପାନୀରେ କାର୍ଯ୍ୟ କରିବା ଲାଗି ଚୟନ କରାଯାଇଛି । ସେହି କୃତିତ୍ୱ ଛାତ୍ରମାନେ ହେଲେ ଚଞ୍ଚଳ ସରକାର, ସୂର୍ଯ୍ୟକାନ୍ତ ରାଉତ, ବିକାଶ କୁମାର ଗୁପ୍ତା, ସତ୍ୟଜିତ ସାହୁ ଓ ଦୀପ୍ତିରଞ୍ଜନ ମହାରଣା । ଏହାକୁ ନେଇ ଏକାଡେମୀ ସମେତ ପୁରୀ ସହରରେ ଖୁସିର ଲହରୀ ଖେଳି ଯାଇଛି। ସୂଚନାଯୋଗ୍ୟ,ଗତ ୨୦୨୩ ମସିହାରେ ଉକ୍ତ ଏକାଡେମୀର ୩ ଜଣ ଛାତ୍ର ଜାପାନରେ ଏକ ଆଇଟି କମ୍ପାନୀରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।
