Home ଓଡ଼ିଶା ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବଡ଼କୁଳସ୍ଥିତ ଶ୍ରୀଅରବିନ୍ଦ ପୂର୍ଣାଂଗ ଶିକ୍ଷାକେନ୍ଦ୍ର ମାତୃସଦନର ବାର୍ଷିକ ଉତ୍ସବ ଗୁରୁବାର ଦିନ ସଭାପତି ଭାଗୀରଥି ସ୍ୱାଇଁଙ୍କ ପୌରୋହିତ୍ୟ ଏବଂ ଅଧ୍ୟକ୍ଷ ଲଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ବଡ଼ପଦରସ୍ଥିତ ମାତୃସ୍ତୁତିର ଭାଇ ସୁରେନ୍ଦ୍ର କୁମାର ଜେନା ନିଜ କରକମଳରେ ଅଖଣ୍ଡ ଭାରତ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉକ୍ତ ଉତ୍ସବରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ମୁଖ୍ୟ ଅତିଥି, ଶିଶୁ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ମୁଖବକ୍ତା ରୂପେ ଯୋଗଦାନ କରିଥିଲେ । ସଭାପତି ଶ୍ରୀ ସ୍ବାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ଦେଇଥିଲେ । ତାହାପରେ ଅନୁଷ୍ଠାନର ସମ୍ପାଦକ ଦୁଃଶାସନ ଜାଲି ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ।ଈଶ୍ୱର ଭକ୍ତ, ଶ୍ରବଣ କୁମାର ପରି ପିତୃଭକ୍ତ ହେବା ସହ ଚରିତ୍ର ନିଷ୍କଳଙ୍କ ରଖିବା ଏବଂ ସ୍ୱାସ୍ଥର ଉପଯୁକ୍ତ ଯତ୍ନ ନେବାକୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିବା ବେଳେ ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ‘ପୂର୍ଣାଙ୍ଗ ଶିକ୍ଷାର ଲକ୍ଷ୍ୟ ଆତ୍ମିକ ଚେତନାର ଉତ୍ତରଣ । ସଭାପତି ଶ୍ରୀ ସ୍ବାଇଁଙ୍କ ରଚନା ଓ ନିର୍ଦ୍ଦେଶନାରେ ‘ଚିଲିକାର ବିଳାପ ‘ନାଟକ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ମହାରଣାଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀ ୧୭ ଟି ନୃତ୍ୟ ପରିବେଷଣ କରିଥିଲେ. ପୂର୍ଵ ଅନୁଷ୍ଠିତ ୨୭ଟି ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ବିଦ୍ୟାର୍ଥୀ ଅତିଥିମାନଙ୍କଠାରୁ ପ୍ରମାଣ ପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ଅନୁଷ୍ଠାନର ଉପାଧ୍ୟକ୍ଷ ଦାଶରଥୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବ ପାଳନରେ ପ୍ରଧାନ ଶିକ୍ଷକ ଗଗନ କୁମାର ବେହେରା, ଭ୍ରମରବର ପାଇକରାୟ,ରମେଶ ଚନ୍ଦ୍ର ହରିଚନ୍ଦନ, ରବି ନାରାୟଣ ପାତ୍ର ସମେତ ପରିଚାଳନା କମିଟିର ସମସ୍ତ ସଭ୍ୟ, ନଳିନୀପ୍ରଭା ସାମନ୍ତ, ସୁରେଶ କୁମାର ବାରିକ, ମହେନ୍ଦ୍ର କୁମାର ବେହେରା, ପ୍ରଭାତ କୁମାର ବାରିକ, ଲଳିତା ନନ୍ଦ, ମନ୍ଦାକିନୀ ପଲେଇ, ପାୟଲ ବିଶୋଇ, ପ୍ରିୟଙ୍କା ଜାଲି, ସୁମିତ୍ରା ନାୟକ, ବିଳାସିନୀ ବେହେରା, ଶୀତଲ କୁମାରୀ ଓ ସସ୍ମିତା ସୁବୁଦ୍ଧି, ଗୀତଞ୍ଜଳି ବାରିକ ଓ ରୀନା ବେହେରା ସହଯୋଗ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 12, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026