
୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ :-> ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଗୁରୁବାର ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ଫୁଲବାଣୀ ପୌରାଧ୍ୟାକ୍ଷା ପାୟଲ ବେହେରାଙ୍କ ନେତୃତ୍ୟାରେ ପାଳନ କରାଯାଇଛି l ଏହି ଅବସରରେ ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟିକ ଛକରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା l ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲl ବୈଠକୁ ପୂର୍ବତନ ବିଧାୟକ ଅଙ୍ଗଦ କହର ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ l

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲାର ବରିଷ୍ଠ ନେତା ପଦ୍ମଲାଭ ବେହେରା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡୁଗୁନି କହଁର, ବିକ୍ରମ ବେହେରା, କାଉସିଲେର ବାବୁ ଜାନ,ରାଜେନ୍ଦ୍ର ପାଢ଼ୀ,ସତ୍ୟ ନାରାୟଣ ବେହେରା,ସୁନୀଲ ସେଠୀ, କୈଳାଶ ମୁଖି,ପୁନମ କହଁର, ଜିଲ୍ଲା ଯୁବ ସଭାପତି ସମେତ ବହୁ ବରିଷ୍ଠ ନେତା କର୍ମୀ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭକ୍ତିପୂତ ସମ୍ମାନ ଜଣାଇଥିଲେ। ପରେ ଦଳର ସଂଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା।