ବାଙ୍କୀ କଲେଜରେ ଗଣଦୌଡ଼

୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଡମପଡ଼ା  :-> ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୁଲ୍ୟରେ ଚଳିତ ବର୍ଷ ବାର୍ଷିକ କ୍ରୀଡା ଉତ୍ସବ ପାଳନ ଅବସରରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ କଲେଜ ଜାନକୀବଲ୍ଲଭ ଛାତ୍ରାବାସ ସମ୍ମୁଖରୁ ଗଣଦୌଡ଼ ଆରମ୍ଭ ହୋଇ ଡମପଡ଼ା ବ୍ଲକ ରାମଚନ୍ଦ୍ରପୁର ଗ୍ରାମସ୍ଥ ମା’ଜାଡୁମଲ ଠାକୁରାଣୀଙ୍କ ନିକଟରେ ପହଞ୍ôଚବା ସହିତ ପୁନର୍ବାର ସେଠାରୁ ବାଙ୍କୀ କଲେଜ ପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହି ଗଣ ଦୌଡ଼ ୮କି.ମି. ପର୍ଯ୍ୟନ୍ତ ହୋଇଥିଲା । ଗଣଦୌଡ଼କୁ କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡା ଶିକ୍ଷକ ନିରଞ୍ଜନ ସାହୁ, ଜିତେନ୍ଦ୍ର ଦେଓ ପ୍ରମୁଖ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ କଲେଜ କ୍ରୀଡା କ୍ଲବ ଉପସଭାପତି ଅଧ୍ୟାପକ ଯୁଗଳକିଶୋର ମଣ୍ଡଳ, ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ପ୍ରମୁଖ ଯୋଗଦାନ କରି କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ ।

Exit mobile version