Home ଓଡ଼ିଶା ବାଙ୍କୀରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଖୋଲିବା ନିମନ୍ତେ ଦାବି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଡମପଡ଼ା :-> ବାଙ୍କୀରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଖୋଲିବା ପାଇଁ ବହୁଦିନରୁ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ଖୋଲା ଯାଇନଥିବାରୁ ବାଙ୍କୀ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ସେମାନଙ୍କ ମଧ୍ୟରେ ଜନଅସନ୍ତୋଷ ଲାଗି ରହିଛି । ପ୍ରକାଶ ଥାଉକି ନୂତନ ଆଇନ୍ ପ୍ରଣୟନ ହେବା ଦ୍ୱାରା ବାଙ୍କୀରେ ଥିବା ସହକାରୀ ଦୌରାଜଜ୍ କୋର୍ଟ ଉଠିଯିବାରୁ ବାଙ୍କୀ ଜନସାଧାରଣ ପ୍ରତ୍ୟେକ ମୋକଦ୍ଦମାରେ କଟକ ଯିବାକୁ ବାଧ୍ୟ ହୋଇଛନ୍ତି । ବାଙ୍କୀ ଉପଖଣ୍ଡ ବହୁ ପୁରାତନ ଉପଖଣ୍ଡ ହୋଇଥିବାରୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସ୍ଥାପନ ହେବା ନିତ୍ୟାନ୍ତ ଆବଶ୍ୟକ ହେଉଅଛି । ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ ହେଉଥିବାରୁ ବାଙ୍କୀ ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ବହୁ ଦୁର୍ବଳ ଅଟେ । ତେଣୁ ଜନସାଧାରଣ ମୋକଦ୍ଦାମରେ କଟକ ଯିବା ଆସିବା କରିବା ପାଇଁ ଖର୍ଚ୍ଚାନ୍ତ ହେବାକୁ ଅକ୍ଷମ । ତେଣୁ ତୁରନ୍ତ ବାଙ୍କୀରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସ୍ଥାପନ କରାଯିବା ନିମନ୍ତେ ସରକାର ଜରୁରୁୀ ପଦକ୍ଷେପ ନେବାପାଇଁ ଦାବୀ କରାଯାଇଛି । Categories: ଓଡ଼ିଶା, କଟକ, ହୋମ୍ Related Content ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ by Proprietor Abhimanyu Maharana May 11, 2026 ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana May 11, 2026 ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ by Proprietor Abhimanyu Maharana May 11, 2026 ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ by Proprietor Abhimanyu Maharana May 11, 2026 ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ by Proprietor Abhimanyu Maharana May 11, 2026 ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 11, 2026