୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଡମପଡ଼ା :-> ବାଙ୍କୀ ବିଜୁଜନତାଦଳ ତରଫରୁ ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ଜନତାଦଳର୨୮ତମ ପ୍ରତିଷ୍ଠା ଦିବସ ମାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଯୋଗଦେଇ ଦଳକୁ ସଂଗଠିତ କରି ରଖିବା ପାଇଁ ସଂକଳ୍ପ ନେବା ସହ ଆଗାମୀ ପଂଚାୟତ ଏବଂ ପୌର ନିର୍ବାଚନରେ ବିଜୁଜନତାଦଳ କିପରି ଶତପ୍ରତିଶତ ସଫଳତା ହାସଲ କରିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିରେ ଅନ୍ୟତମ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଯୋଗଦେଇ ବାଙ୍କୀର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ଦଳରେ ରହିବା ସହ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଥିଲେ । ସମସ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରହିବା ପାଇଁ କହିଥିଲେ ।
