Home ଓଡ଼ିଶା ବିଜେଡି ର ୨୮ ତମ ପ୍ରତିଷ୍ଠା ଦିବସ ଉତ୍ସବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରି ଚାଲିବ. ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡିଶା ର ଗୌରବ ପାଇଁ କାମ କରି ଚାଲିବ. ବିଜେଡି ଓଡିଶା ସ୍ୱାର୍ଥ ର ସୁରକ୍ଷା ସହ କେନ୍ଦ୍ର ଅବିଚାର ବିରୁଦ୍ଧରେ ଲଢେଇ ଜାରି ରଖିବ. ଓଡିଶା କୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟ ର ପରିଚୟ ଦେଇଛି ବିଜେଡି. ବିଜେପି ର ନକାରାତ୍ମକ ପ୍ରଚାର,ମିଛ ଗପ ଓ ମିଛ ପ୍ରତିଶ୍ରୁତି ର counter କରି ନ ପରିବା ପରାଜୟ ର ମୁଖ୍ୟ କାରଣ. ଓଡ଼ିଶବାସୀଙ୍କୁ ବିଜେପି ସରକାର ର ଶ୍ରେଷ୍ଠ ଉପହାର ହେଉଛି ଅହେତୁକ ଦରବୃଦ୍ଧି…ନବୀନ ପଟନାୟକ. ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ୨୬ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :- ବିଜୁ ଜନତା ଦଳ ର ୨୮ ତମ ପ୍ରତିଷ୍ଠା ଦିବସ ଆଜି ଦଳ ର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନ ରେ ପାଳନ କରାଯାଉଛି. ଏହି ଅବସରରେ ଶଙ୍ଖ ଭବନ ରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଜୁ ଜନତା ଦଳ ର ସଭାପତି ଶ୍ରୀ ନବୀନ ପଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟ ର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସେବା କରିଚାଲିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ.ସେ କହିଥିଲେ ଯେ ଓଡିଶା ର ସ୍ୱାର୍ଥ ସର୍ବାଗ୍ରେ. ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡିଶା ସ୍ୱାର୍ଥ ର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡି ର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟନାୟକ ଘୋଷଣା କରିଥିଲେ. ଦଳର ପ୍ରତିଷ୍ଠା ର ସୁବର୍ଣ୍ଣ ମୁହୂର୍ତ୍ତ ସମ୍ପର୍କ ରେ ସ୍ମୃତି ଚାରଣ କରି ଶ୍ରୀ ପଟନାୟକ କହିଥିଲେ ” ୧୯୯୭ ଡିସେମ୍ବର ୨୬ ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା । ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ଧରି ବିଜୁ ପ୍ରେମୀ ମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ । ସେତେବେଳେ ବହୁ ଲୋକ କହୁଥିଲେ ଏ ଦଳ ବଞ୍ଚିବ ନାହିଁ । କିଛି ଲୋକ କହୁଥିଲେ ଏ ଦଳ ଆଗକୁ ବଢି ପାରିବ ନାହିଁ । ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ ମଧ୍ୟ କହୁ ଥିଲେ ମୁଁ ରାଜନୀତି ଜାଣେ ନାହିଁ । କିନ୍ତୁ ଆପଣମାନଙ୍କ ପରିଶ୍ରମ ଓ ଓଡିଶା ବାସୀଙ୍କ ଆଶିର୍ବାଦ ଯୋଗୁ ବିଜୁ ଜନତା ଦଳ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡିଶା ବାସୀଙ୍କୁ ସେବା ଯୋଗାଇବାର ସୁଯୋଗ ପାଇଛି । ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପାଇଛି । ” ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ସରକାର ର ସଫଳତା ଉପରେ. ଆଲୋକପାତ କରି ଶ୍ରୀ ପଟନାୟକ କହିଥିଲେ ଯେ ଦୁନିଆରେ ବିଜେଡି ସରକାର ଓଡିଶାକୁ ଏକ ସଶକ୍ତ ଓ ସମୃଦ୍ଧ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟର ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁଥିବା ଓଡିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡିଶାରେ ଗରିବୀ କମିଛି । ମୁଣ୍ଡ ପିଛା ଆୟ ବଢିଛି । ବିପର୍ଯୟ ପରିଚାଳନା ରେ ଆଦର୍ଶ ରାଜ୍ୟ ହୋଇ ପାରିଛି । ପୁଞ୍ଜି ବିନିଯୋଗ ବଢିଛି । ୨୦୦୦ ମସିହାରେ Over Draft ରେ ଚଳୁଥିବା ରାଜ୍ୟ ଆଜି Budget Surplus State ହୋଇପାରିଛି । ମହିଳା ସଶକ୍ତିକରଣ ଓ ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା ଏକ ଆଗୁଆ ରାଜ୍ୟ । ସାରା ବିଶ୍ୱରେ ଓଡିଶା Sports Capital ର ପରିଚୟ ପାଇଛି । ଓଡିଶାବାସୀଙ୍କ ଭଲ ପାଇବା ଓ କର୍ମୀ ଭାଇ ଭଉଣୀ ମାନଙ୍କ ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଆଜି ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ପ୍ରତିଷ୍ଠା ପାଇଛି ବୋଲି ପ୍ରକାଶ କରି ଶ୍ରୀ ପଟନାୟକ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ. ନିର୍ବାଚନ ପରାଜୟ ସମ୍ପର୍କରେ ଶ୍ରୀ ପଟନାୟକ କହିଥିଲେ ଯେ “ମୁଁ ଜାଣିଛି ବହୁତ ଲୋକଙ୍କର ପ୍ରଶ୍ନ ଅଛି ଯେ ଗତ ନିର୍ବାଚନରେ ଆମେ କେମିତି ହାରିଲୁ । ମୁଁ ଆଜି ତାର ଉତ୍ତର ଦେବି । ମୁଁ କହିବି ଆମେ ହାରି ନାହୁଁ । ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ । ବିଜେପି ମିଛ କଥା କହି, ମିଛ ପ୍ରତିଶୃତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ସରକାରକୁ ଆସିଛି । ଏତେ ମିଛ କହି ମଧ୍ୟ୍ୟ ବିଜେପି ଆମ ଠାରୁ କମ୍ ଭୋଟ୍ ପାଇଛି । ଆମର ଭୁଲ୍ ହେଲା ଆମେ ସେମାନଙ୍କ ମିଛର ଠିକ୍ ଭାବରେ Counter କରି ପାରିଲୁ ନାହିଁ । ସେମାନଙ୍କ Negative campaign ଓ Social Media ରେ False narratives ର ଠିକ୍ ଭାବରେ ଆମେ Counter କରି ପାରିଲୁ ନାହିଁ । “ଶ୍ରୀ ପଟନାୟକ କହିଥିଲେ ଯେ ଆଜି ଓଡିଶାବାସୀ ଜାଣିଲେଣି ଯେ ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। ତେଣୁ କର୍ମୀ ଭାଇ ଭଉଣୀ ମାନଙ୍କୁ Social Media ରେ ସକ୍ରିୟ ରହି ବିଜେପିର False narrative ର ଉଚିତ୍ ଜବାବ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ । ବର୍ତ୍ତମାନ ଓଡିଶାରେ ଚାଲିଥିବା ସରକାର ବିଷୟରେ ଶ୍ରୀ ପଟନାୟକ କହିଥିଲେ ଯେ “ଗତ ଛଅ ମାସ ଭିତରେ ବିଜେପି ସରକାରର ଓଡିଶାବାସୀଙ୍କ ପାଇଁ ସବୁଠାରୁ ବଡ ଉପହାର ହେଉଛି ଦରଦାମ ବୃଦ୍ଧି । ଡାଲି ଚାଉଳ ଠାରୁ ଆରମ୍ଭ କରି ତେଲ, ପନିପରିବା ସବୁ ଦର ଆଜି ଆକାଶ ଛୁଆଁ । ଦରବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି । ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମା ମାନେ ଦୁଃଖ ରେ ଅଛନ୍ତି । ଲୋକଙ୍କ ଏତେ କଷ୍ଟ ପରେ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ ? ବୋଲି ଶ୍ରୀ ପଟନାୟକ ପ୍ରଶ୍ନ କରିଥିଲେ. ନିନ୍ଦୁକ ମାନଙ୍କୁ କଡା ଜବାବ ଦେଇ ଶ୍ରୀ ପଟନାୟକ କହିଥିଲେ “୧୯୯୭ ରେ ଆମ ଦଳ ଗଠନ ବେଳେ ଯେମିତି କିଛି ଲୋକ କହୁଥିଲେ ଏ ଦଳର ଭବିଷ୍ୟତ ନାହିଁ । ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ ଏ ଦଳର ଭବିଷ୍ୟତ ନାହିଁ । ମୁଁ ଦୃଢତାର ସହ କହିବାକୁ ଚାହେଁ ଯେ ବିଜୁ ଜନତା ଦଳର ଉଜ୍ଜଳ ଭବିଷ୍ୟତ ରହିଛି । ଓଡିଶାବାସୀଙ୍କ ଭାବାବେଗ ସହ ବିଜୁ ଜନତା ଦଳ ଯୋଡି ହୋଇ ରହିଛି । ଶଙ୍ଖ ଚିହ୍ନ ଯୋଡି ହୋଇ ରହିଛି । “ଓଡିଶାର ପରିଚୟକୁ ଉଜ୍ଜଳ କରିଛି ବିଜୁ ଜନତା ଦଳ । ଓଡିଶାର ହକ୍ ପାଇଁ ଲଢୁଥିବା ଦଳ ହେଉଛି ବିଜୁ ଜନତା ଦଳ । ଏକ ସଶକ୍ତ ଓ ସମୃଦ୍ଧ ଓଡିଶାର ଭିତ୍ତି ପକାଇଛି ବିଜୁ ଜନତା ଦଳ । ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହି ଯାଇଛି ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ।” ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଶାନ୍ତ ରାଉତସ୍ୱାଗତ ଭାଷଣ ଦେଇଥିଲେ. ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ଜେନା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର .ଅଶୋକ ପଣ୍ଡା. mayor ସୁଲୋଚନା ଦାସ ମନ୍ମଥ ରାଉତରାୟ ପ୍ରମୁଖ ଭାଷଣ ଦେଇଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ଧାମରା ପୋର୍ଟର ଐତିହାସିକ ସଫଳତା : ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ ଧାମରା by Proprietor Abhimanyu Maharana June 30, 2026 Historic Milestone : Dhamra Port Sets Double National Record in Dry Bulk Cargo by Proprietor Abhimanyu Maharana June 30, 2026 ମଦ ଦୋକାନରେ ଗୁଣ୍ଡାରାଜ : କଣ୍ଟାବାଞ୍ଜିରେ ଗ୍ରାହକଙ୍କୁ ନିସ୍ତୁକ ମାଡ଼ by Proprietor Abhimanyu Maharana June 30, 2026 ତୁରେକେଲା-କଣ୍ଟାବାଞ୍ଜି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର by Proprietor Abhimanyu Maharana June 30, 2026 ସାମ୍ବାଦିକ ଅଶୋକ ଭୋଇ ଙ୍କ ଅକାଳ ବିୟୋଗ ରେ ଶୋକସଭା by Proprietor Abhimanyu Maharana June 30, 2026 କଣ୍ଟାବାଞ୍ଜି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ଉତ୍ସବ ସମ୍ପନ୍ନ by Proprietor Abhimanyu Maharana June 30, 2026