ବାଙ୍କୀ ସେଣ୍ଟ୍ ଜାଭିୟରସ୍ ହାଇସ୍କୁଲର ବାଷିର୍କ କ୍ରୀଡା ଉତ୍ସବ

୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :- ବାଙ୍କୀ ସେଣ୍ଟ୍ ଜାଭିୟରସ୍ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ସରୀ ଓ ଏଲ୍‌.କେ.ଜି ବିଭାଗ ୩୦ମିଟର ରେସ୍‌ରେ ମିଲୁଇନ୍ ଲାର୍କା, କୁମାର ଶୁଭଙ୍କର ଓ ଯସ୍ମିତ୍ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିଲେ । ବେଲୁନ୍ ଓ ଚକେଲେଟ୍ ରେସରେ କୁମାର ଶୁଭଙ୍କର, ମେଲୁଇନ୍ ଲାର୍କା, ପ୍ରିନ୍ସ କୁମାର ମଲ୍ଲିକ ଓ ଇସ୍ପିତା ସାହୁ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୟୁ.କେ.ଜି ଓ ଷ୍ଟାଣ୍ଡାଡ୍ -୧ଶ୍ରେଣୀର ଦୌଡ଼, ଆଳୁଚାମଚ ଓ ଚକୋଲେଟ୍ ରେସ୍‌ରେ ଶ୍ରେୟାଂସୁ ଶେଖର, ପ୍ରିତିପ୍ରଭା ବେହେରା ଓ ଲିପ୍ସାରାଣୀ ଭଞ୍ଜ ଓ ଆର୍ଯ୍ୟବ୍ରତ ମହାପାତ୍ର ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି ।

ଷ୍ଟାଣ୍ଡାର୍ଡ ୪ ଓ ୫ ଶ୍ରେଣୀର ଦୌଡ, ଗଣିତ, ବେଙ୍ଗଡିଆଁ ରେସରେ ପିୟୁଷ ପରିଡା, କ୍ଷାତିସମ୍ଭବା କର, ଆଦିତ୍ୟ ପ୍ରଧାନ, ଗୌରବ ଋଦ୍ରପ୍ରସାଦ-୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଛନ୍ତି । ଏହି କ୍ରୀଡା ପ୍ରତିଯୋଗିତାକୁ ବିଦ୍ୟାଳୟର ଅଧ୍ୟକ୍ଷା ଶୁଭଶ୍ରୀ ସାହୁ ଉଦ୍‌ଘାଟନ କରିଥିବା ବେଳେ କ୍ରୀଡା ଶିକ୍ଷକ ଜିତେନ୍ଦ୍ର କୁମାର ଦେଓ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସୁନୀତା ବେହେରା, ବିଷ୍ଣୁ ପ୍ରିୟା ପାଢ଼ୀ, ପୁଷ୍ପମଞ୍ଜରୀ ଜେନା ପ୍ରଭୃତି କ୍ରୀଡା ପ୍ରତିଯୋଗିତାରେ ସହଯୋଗ କରିଥିଲେ ।

Exit mobile version