୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀ ପ୍ରେସକ୍ଲବ ବିଦ୍ୟାରତ୍ନ ଭବନ ଠାରେ କବିଚନ୍ଦ୍ର କଳାପରିଷଦ ଆନୁକୁଲ୍ୟରେ କବିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକଙ୍କ ୧୨୮ତମ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । କବିଚନ୍ଦ୍ର କଳାପରିଷଦ ସଭାପତି ତଥା ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଭରତ ଚନ୍ଦ୍ର ବେହେରା ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀର ସହକାରୀ ଜିଲ୍ଲାପାଳ ହୃଷିକେଶ ତ୍ରିପାଠୀ ଯୋଗଦାନ କରି କବିଚନ୍ଦ୍ର ଓଡ଼ିଶୀ ନୃତ୍ୟ ଓ ସଂଗୀତକୁ ସାରା ରାଜ୍ୟ ତଥା ଭାରତ ବର୍ଷରେ ପ୍ରଚାର ପ୍ରସାର କରି ଓଡ଼ିଆମାନଙ୍କର ସ୍ୱାଭିମାନକୁ ଆଗକୁ ନେଇଥିଲେ ବୋଲି କହିଥିଲେ । ବାଙ୍କୀ ମାଟିର ସନ୍ତାନ ଭାବେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ମା’ଚର୍ଚ୍ଚିକାଙ୍କ ଆଶୀର୍ବାଦରୁ ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମଖ୍ୟଅତିଥି ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଥିଲେ ।
