Home ଓଡ଼ିଶା ମୋହନା ପୋଲିସ୍ କୁ ବଡ଼ ସଫଳତା , ଧାନ ଖଳା ରେ ରଖା ଯାଇଥିବା ୧୪୦ ମକା ବସ୍ତା ସହ ୬୯୨ କିଲୋ ଗଞ୍ଜେଇ ଜବତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :- ଗୋଟିଏ ପଟେ ଗଜପତି ଜିଲ୍ଲାରେ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ ରେ ହଜାର ହଜାର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉ ଥିବା ବେଳେ ଅନ୍ୟପଟେ ଚୋରା ଚାଲାଣ ପାଇଁ ଗଚ୍ଛିତ କରି ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଛି ମୋହନା ପୋଲିସ୍ । ମୋହନା ପୋଲିସ୍ ବିଶେଷ ସୂତ୍ର ରୁ ଖବର ପାଇଥିଲା ରାଙ୍କୁଡ଼ା ଗ୍ରାମ ନିକଟ ରେ ଏକ ଧାନ ଖଳା ରେ ମକା ବସ୍ତା ସହ ଗଞ୍ଜେଇ ବସ୍ତା ଥିବାର । ଯାହାକୁ ନେଇ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଙ୍କ ତତ୍ତ୍ଵାବଧାନରେ ଉକ୍ତ ଖଳା ରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ପୋଲିସ୍ ଗାଡ଼ି କୁ ଦେଖି ସେଠାରେ ଥିବା ଗଞ୍ଜେଇ ମାଫିଆ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ ଉକ୍ତ ଖଳା ରେ ତଲାସୀ କରାଯାଇଥିଲା । ଲଗାଣ ବର୍ଷା ଯୋଗୁଁ ଖଳା ରେ ମକା ୧୪୦ ବସ୍ତା ସହ ଗଞ୍ଜେଇ ୨୨ ବସ୍ତା ଜରି ପାଲ ଘୋଡାଇ ରଖା ଯାଇଥିଲା । ଉକ୍ତ ଗଞ୍ଜେଇ କୁ ଜବତ କରି ମୋହନା ତହସିଲଦାର ଙ୍କ ଉପସ୍ଥିତି ରେ ଓଜନ କରାଯାଇଥିଲା ଯାହାର ପରିମାଣ ୬୯୨ କିଲୋ ହୋଇଥିଲା । ଯାହାକି ଆନୁମାନିକ ବଜାର ଦର ପାଖା ପାଖି ୩ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ମୋହନା ଥାନା ରେ ୨୩୨/୨୪ ରେ ଏକ ମାମଲା ରୁଜୁ କରି ଅଧିକା ତଦନ୍ତ ଜାରି ରହିଛି । Categories: ଓଡ଼ିଶା, ଗଜପତି, ହୋମ୍ Related Content ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026 Utkal Hospital Observes World Heart Day by Proprietor Abhimanyu Maharana October 1, 2026