Home ଓଡ଼ିଶା ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ବାଜପେୟୀ ସୁଶାସନର ମୂର୍ତ୍ତୀମନ୍ତ ପ୍ରତୀକ ଥିଲେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ସୁଶାସନ ର ମୂର୍ତ୍ତୀମନ୍ତ ପ୍ରତୀକ ଥିଲେ।ସାଧାରଣ ଲୋକ ମାନଙ୍କୁ ସାମାଜିକ ନ୍ୟାୟ ଓ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର ମିଳିତ ସହଯୋଗରେ ପୁରୀ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ଓ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାଜପେୟୀ ଜଣେ ବହୁବିଧ ପ୍ରତିଭାର ଅଧିକାରୀ, ରାଷ୍ଟ୍ରନୀତିଜ୍ଞ,ଧର୍ଯ୍ୟ ଓ ସହନଶୀଳତା ର ପ୍ରତୀକ ଥିଲେ ବୋଲି କହିଥିଲେ।ଗଣତନ୍ତ୍ର ର ଶାସନ ବ୍ୟବସ୍ଥା କୁ ସେ ମଜବୁତ କରିଥିଲେ । ପ୍ରଧାନମନ୍ତ୍ରୀ ସଡକ ଯୋଜନା, ମିଶନ ଶକ୍ତି ଗଠନ,ଦେଶ ସୁରକ୍ଷା ପାଇଁ ପୋଖରାନ ବିସ୍ଫୋରଣ ଇତ୍ୟାଦି ସବୁଠାରୁ ବଡ ଉପଲବ୍ଧି ଥିଲା।ଅଟଳଜୀ ଓଡିଶା କୁ ବହୁତ ଭଲ ପାଉଥିଲେ । ସେଥିପାଇଁ ଦ୍ୱିତୀୟ ଏମସ୍ ଓଡିଶା ରେ ହିଁ ସେ କରିବା ସହ ପାରାଦୀପରେ ଅଏଲ ରିଫାଇନାରୀ, ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ଇତ୍ୟାଦି କରିଥିଲେ ବୋଲି କହିବା ସହ ତାଙ୍କ ଜନ୍ମ ଦିନ ରେ ସୁଶାସନ ଦିବସ ପାଳନ ତାଙ୍କ ପ୍ରତି ଏକ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ବାଜପେୟୀଙ୍କୁ ଜଣେ ସଚ୍ଚା ଦେଶଭକ୍ତ ଓ ଦୂରଦ୍ରଷ୍ଟା ବୋଲି କହିବା ସହ ବିଭିନ୍ନ ଉଦାହରଣ ଛଳରେ ତାଙ୍କ ସରଳ, ନିରାଡମ୍ବର ଓ ପ୍ରତିବଦ୍ଧତା ପୂର୍ଣ୍ଣ ଜୀବନ ଶୈଳୀ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବ ବୋଲି କହିଥିଲେ ।ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର,ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର କେବଳ ନାମରେ ନୁହେଁ ବ୍ୟକ୍ତିତ୍ବ,ସଂକଳ୍ପ, ଦେଶପ୍ରେମ ଓ କାମରେ ବି ବାଜପେୟୀ ଜୀ ଅଟଳ ଥିଲେ । ଭାରତ ବିଶ୍ବ ଗୁରୁ ହୋଇ ପାରିବ ବୋଲି ଯେଉଁ ସ୍ବପ୍ନ ସେ ଦେଖିଥିଲେ ତାହା ଆଜି ପୂରଣ ହୋଇଛି ବୋଲି ସେମାନେ କହିଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନ ଙ୍କ ମଧ୍ୟରେ ଏସ ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା,ଉପ ଜିଲ୍ଲାପାଳ ରାଜ କିଶୋର ଜେନା ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ବାଗତ ସହ ସଭା ପରିଚାଳନା କରିଥିଲେ।ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ସିଦ୍ଧ ମହାବୀର ସଂଗୀତ ପରିଷଦ ପକ୍ଷରୁ ବାଜପେୟୀଙ୍କ ଲିଖିତ କବିତା ଆଧାର ରେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ।ଶେଷରେ ନାଚଘର ଅନୁଷ୍ଠାନ ପକ୍ଷରୁ ଓଡିଶୀ ନୃତ୍ୟ ପରିବେଷଣ କରା ଯାଇଥିଲା ।ପ୍ରାରମ୍ଭରେ ବାଜପେୟୀଙ୍କ ଲିଖିତ କବିତା, ଦେଶାତ୍ମବୋଧକ ଓ ଆଧ୍ୟାତ୍ମିକ କବିତା ପଠନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ବୁଦ୍ଧିଜୀବୀ, ଶିକ୍ଷାବିତ, ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ଓ ସାଧାରଣ ଲୋକ ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026 Vedanta Aluminium Coal Mines Strengthen Rural Education Across Jharsuguda and Sundargarh Districts Through Project Vidya by Proprietor Abhimanyu Maharana August 7, 2026 ମାଟିଆପଡା ଓଭରବ୍ରିଜରେ ଅଧିକ ଲାଇଟ ଓ ସିସିଟିଭି ଲଗାଯାଉ by Proprietor Abhimanyu Maharana August 7, 2026