
୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ଯେଉଁ ଅଂଚଳର ଭାଷା ସାହିତ୍ୟ ଉନ୍ନତ ସେ ଅଂଚଳବାସୀ ସଭ୍ୟ ଓ ଶିକ୍ଷିତ ହୋଇଥାନ୍ତି ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବୁଧବାର ଅନୁଷ୍ଠିତ ୪୨ତମ ‘କୋରାଇ ମହୋତ୍ସବ-୨୦୨୪’ର ଉଦ୍ଯାପନୀ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଉଦ୍ଯାପନୀ ଅଧୂବେଶନ ତଥା କବି ‘ଅଭିମନ୍ୟୁ ସାମନ୍ତସିଂହାର ମଂଚ’ର ସମାବର୍ତନ ଉତ୍ସବ ସଂସଦର ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉଦଘାଟକ ଭାବେ ପ୍ରାକ୍ତନ ରାଜ୍ୟ ସଭା ସାଂସଦ ଡକ୍ଟର ରାମଚନ୍ଦ୍ର ଘଂଟିଆ ଯୋଗଦେଇ ଉଦଘାଟନ କରି ସେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା କ୍ଷେତ୍ରରେ କରିଥିବା ପ୍ରୟାସ ଓ କୋରାଇ ଅଂଚଳର ଶିକ୍ଷା ବିକାଶରେ ତାଙ୍କର ଭୂମିକା ସଂପର୍କରେ ମତବ୍ୟକ୍ତ କରିଥିଲେ ।

