Home ଓଡ଼ିଶା ପଡ଼ିଆର ବିଭିନ୍ନ ଚର୍ଚ୍ଚଗୃହରେ ଧୂମଧାମରେ ବଡଦିନ ପାଳିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପଡିଆ :-> ସାରା ବିଶ୍ଵ ପାଳନ କରୁଛି ବଡଦିନ । ମଧ୍ୟ ରାତ୍ରରୁ ଧରାଵଚରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ପ୍ରରିପ୍ରେଷୀରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ସେଣ୍ଟ ମାର୍କ ଚର୍ଚ୍ଚ, ଵେରସେଵା ଚର୍ଚ୍ଚ, ପେଣ୍ଟିକଷ୍ଟ ଚର୍ଚ୍ଚ ଏବଂ କାଲଵରୀ ଚର୍ଚ୍ଚ ଖ୍ରୀଷ୍ଟ ଵିଶ୍ଵାସୀଙ୍କ ଭିତରେ ସମୂହ ପ୍ରାର୍ଥନା କରିବା ସହ ଏହି ବଡ଼ ପର୍ବ ଧୂମଧାମ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି । ଏହି ପର୍ବ ପାଇଁ ଖୀଷ୍ଟପ୍ରେମୀଙ୍କ ମଧ୍ୟରେ ଦେଖାଦେଇଛି ଖୁସି । ଚାରିଆଡେ କେବଳ ଶାନ୍ତି, ସଦଭାବନା ଓ ମୈତ୍ରୀର ବାର୍ତ୍ତା ଦିଆଯାଇଛି । ଘରେ ଘରେ ଦେଖାଦେଇଛି ଉତ୍ସବ ମୁଖର । ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଖୁସିରେ ସମସ୍ତ ଖୀଷ୍ଟପ୍ରେମୀ ଶ୍ରଦ୍ଧାଳୁ ନୂଆଁ ପୋଷାକ ପରିଧାନ କରି କେକ୍ କାଟିବା ସହ ପିଠାପଣାର ଅସାର ଜମିଛି । ଆଜିର ଏହି ଖୁସିର ଉତ୍ସବରେ ପଡ଼ିଆ ବ୍ଲକ ସଦର ମହକୁମା ସ୍ଥିତ ସମସ୍ତ ଚର୍ଚ୍ଚର ପାଳକ, ମଣ୍ଡଳୀର ପ୍ରାଚୀନ ବାପା ମା ଓ ଭାଇ ଓ ଭଉଣୀ ପ୍ରଭୁ ଯୀଶୁଙ୍କୁ ବିଶ୍ଵାସ ସହିତ ପ୍ରାର୍ଥନା ଓ ଉପାସନା କରିବା ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାଚ ଗୀତ ମାଧ୍ୟମରେ ଶାନ୍ତିର ପ୍ରତୀକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନ ବାର୍ତ୍ତା ଦେଇଥିଲେ । ଏହି ବଡଦିନ ଉପଲକ୍ଷେ ପଡ଼ିଆର ସମସ୍ତ ଚର୍ଚ୍ଚ ଗୁଡ଼ିକ ବେଲୁନ ମାଧ୍ୟମରେ ସାଜ ସଜା ଓ ରଙ୍ଗ ବେରଙ୍ଗରେ ଆଲୋକ ମାଳାରେ ଝଲସୁ ଥିଲା । Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026