ପୁରୁଣା କାଚରାମାଳ ଗ୍ରାମ୍ୟ କମିଟିର ସଭାପତି ଭକ୍ତବନ୍ଧୁ ବରାଳଙ୍କ ସ୍ମୃତି ଚାରଣ ସଭା

୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମ୍ୟ କମିଟିର ସଭାପତି ତଥା ସମାଜସେବୀ ଭକ୍ତ ବନ୍ଧୁ ବରାଳ (ବାବୁ )ଙ୍କ ଏକାଦଶାହ ଉପଲକ୍ଷେ ବୁଧବାର ଦିନ ଏକ ସ୍ମୃତି ଚାରଣ ସଭା ଗ୍ରାମ୍ୟ କମିଟିର ସଂପାଦକ ତଥା ପୂର୍ବତନ କର୍ପୋରେଟର ସୁକାନ୍ତ କୁମାର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ଆୟୋଜିତ ସ୍ମୃତି ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି , କଟକ ନଗର ବିଜେପି ଉପସଭାପତି ସ୍ୱାଧିନଚେତା ମହାନ୍ତି, ପ୍ରଶାନ୍ତ କୁମାର ମହାନ୍ତି, ବସନ୍ତ କୁମାର ସାହୁ , ବିଜେପି ନେତା ନିହାର ପଣ୍ଡା, ସୁଧାକର ସ୍ୱାଇଁ, ପୂର୍ବତନ ସରପଞ୍ଚ ବଂଶୀଧର ଭୋଳ, ସୁଧିର ପଟ୍ଟନାୟକ, କିଶୋର ବରାଳ,ସନ୍ତୋଷ କୁମାର ଲେଙ୍କା, ବିଚିତ୍ରା ନନ୍ଦ ସାହୁ,

ପ୍ରମୁଖ ଯୋଗଦେଇ କହିଲେ ଯେ, ଭକ୍ତ ବନ୍ଧୁ ବରାଳ ଜଣେ ପରଉପକାରୀ ଦରଦୀ ମଣିଷ ଥିଲେ । ସେ ନିଜ ଗ୍ରାମର ସମସ୍ତ ଭଲମନ୍ଦ କଥାକୁ ସରଳ ଭାବରେ ସମାଧାନ କରିବା ସହିତ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାରକୁ ଈଶ୍ୱର ସହାୟ ହୁଅନ୍ତୁ ବୋଲି କହିଥିଲେ ।

ଉକ୍ତ ସଭାରେ ବଡ଼ଭାଇ ବୈକୁଣ୍ଠ ନାଥ ବରାଳ, ବଡ଼ ପୁତୁରା ରଜତ ମହାନ୍ତି, ପୁତୁରା ପ୍ରଭାତ ବରାଳ ( ରାଜା ) , ପ୍ରଦିପ ବରାଳ,ପବିତ୍ର ବରାଳ,ପ୍ରଶାନ୍ତ ବରାଳ,ସୂର୍ଯ୍ୟକାନ୍ତ ବରାଳ , ଚନ୍ଦ୍ରକାନ୍ତ ବରାଳ , ପୁତ୍ର ତୁଷାର କାନ୍ତ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଭକ୍ତବନ୍ଧୁଙ୍କ ଏକାଦଶାହରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Exit mobile version