ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାମରେ ଏତଲା

୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ରବିବାର ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏକ ଏତଲା ଦାଖଲ କରାଯାଇଛି । ଶ୍ରୀ ଷଡ଼ଙ୍ଗୀ ଦେଶର ଆଇନ ବ୍ୟବସ୍ଥାକୁ ଭୁଆଁ ବୁଲାଇବା ସହ ଲୋକସଭାର ବିରୋଧୀ ଦଳ ନେତା ରାହୁୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମିଥ୍ୟା ମକଦ୍ଦମା ରୁଜୁ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଶ୍ରୀ ରାହୁଲ ଗାନ୍ଧୀଙ୍କ ଛବିକୁ ସାଧାରଣରେ ମଳିନ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ମିଛରେ ପଟି ବାନ୍ଧି ଅଭିନୟ କରିବା ଏବଂ ରାହୁଲ ଗାନ୍ଧୀ ତାଙ୍କୁ ଶାରୀରିକ ଆଘାତ ଦେଇଥିବା କହି ଶ୍ରୀ ଷଡ଼ଙ୍ଗୀ ଯେଉଁ ମିଥ୍ୟା ଅଭିଯୋଗ କରିଛନ୍ତି, ସେଥିପାଇଁ ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହେବାକୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଘଟଣାର ଉପଯୁକ୍ତ ଅନୁସନ୍ଧାନ କରାଯାଇ ପ୍ରତାପ ଷଡ଼ଙ୍ଗୀଙ୍କ ନାଟକବାଜିର ଖୋଲାସା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶ୍ରୀ ଷଡ଼ଙ୍ଗୀ ଜଣେ ବିବାଦୀୟ ବ୍ୟକ୍ତି । ଗ୍ରାହମଷ୍ଟେନ ହତ୍ୟାକାଣ୍ଡରେ ତାଙ୍କର ସମ୍ପୃକ୍ତି ଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ତାଙ୍କର ଅଯୋଗ୍ୟତା ପାଇଁ ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀ ହେବା ପରେ ସେ ବାଲେଶ୍ୱରକୁ ଦିନଟିଏ ବି ଆସିଲେ ନାହିଁ ।

ଏବେ ପୁଣି କେନ୍ଦ୍ରମନ୍ତ୍ରୀ ହେବା ପାଇଁ ପ୍ରତାପ ଷଡ଼ଙ୍ଗୀ ଏଭଳି ଭେଳିକି କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରାହୁଲ ଗାନ୍ଧୀଙ୍କର ସଂଗ୍ରାମ ଓ ଦେଶଭକ୍ତିକୁ ସାଧାରଣ ଲୋକଙ୍କ ପାଇଁ ତାଙ୍କର ଯେଉଁ ଅଧିକାର ରିହଛି, ତାହାକୁ ବିଜେପି ସହ୍ୟ କରିପାରୁ ନାହିଁ । ରାହୁଲ ଗାନ୍ଧୀଙ୍କୁ ବଦନାମ କରିବାକୁ ବିଜେପି ପ୍ରତାପ ଷଡ଼ଙ୍ଗୀ ବିଜେପି ମୋହରା ଏଭଳି ହୀନ ଷଡଯନ୍ତ୍ର କରୁଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ଓମ୍‌ପ୍ରକାଶ, ଆଦିତ୍ୟ ଅଂଶୁମାନ ପାତ୍ର, ଚଣ୍ଡୀପ୍ରସାଦ ମହାପାତ୍ର, ଭି. ଭବନାନୀ ଓ ତାପସ ଦେ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Exit mobile version