Home ଓଡ଼ିଶା ଅସହାୟ ପୋଲିସ ଫାଣ୍ଡି, ସାହାରା ସାଜିଛି ଗୋଦାମ ଗୃହ : କର୍ମଚାରୀ ବଦଳିଲେ ବି ସୂଚନା ଫଳକରୁ ବଦଳୁନି ନାମ ଓ ନମ୍ବର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ନା ଅଛି ଆନୁସଙ୍ଗିକ ସୁବିଧା, ନାହିଁ ନାହିରେ ଚାଲିଛି,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କଳାଙ୍ଗ ପଞ୍ଚାୟତରେ ଗୋବର୍ଦ୍ଧନ ପୁରୁ ଫାଣ୍ଡି l ୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଆଇନ ଶୃଙ୍ଖଳା ରକ୍ଷା କରିବା, ବିପଦରେ ପଡ଼ିଥିବା ଜନ ସାଧାରଣଙ୍କୁ ସହାୟତା ଯୋଗେଇ ଦେବା, ଚୋରି ଡକାୟତି ରାହାଜାନି ନିୟନ୍ତ୍ରଣ କରିବା, ମହିଳା ମାନଙ୍କୁ ସୁରକ୍ଷା ଦେବା ଆଦି ପୋଲିସ ବିଭାଗର ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ରହିଥାଏ l ଏ ସବୁ ଦାୟିତ୍ୱ ବହନ କରୁଥିବା ପୋଲିସକୁ ବି ପ୍ରଥମେ ସୁରକ୍ଷିତ ପରିବେଶ ର ଆବଶ୍ୟକତା ଅଛି l କିନ୍ତ ଏଠି ଟିକେ ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯୋଉଠି ପୋଲିସ ନିଜେ ଅସହାୟ, ଅସୁରକ୍ଷିତ ଭଳି ଦେଖିବାକୁ ମିଳିଛି, ନା ଅଛି ନିଜସ୍ୱ ଗୃହ, ନା ଅଛି ଆନୁସଙ୍ଗିକ ସୁବିଧା, ନାହିଁ ନାହିରେ ଚାଲିଛି,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କଳାଙ୍ଗ ପଞ୍ଚାୟତରେ ଗୋବର୍ଦ୍ଧନ ପୁରୁ ଫାଣ୍ଡି l ଘର ଛାତ ଉପରେ ରହିଛି କଳାଙ୍ଗ ପଞ୍ଚାୟତ ମିଶନ ଶକ୍ତି ଗୃହ, ଦିର୍ଘ ଆଠବର୍ଷରୁ ଉର୍ଦ୍ଧ ହେବ ଦୁଇଟି ପଂଚାୟତ ମାଣିକଗୋଡା ଓ କଳାଙ୍ଗ ପଂଚାୟତ ପାଇଁ ଚାଲିଛି ଫାଣ୍ଡିର କାଗଜପତ୍ର, ସେ ଫାଣ୍ଡି ଅଧିନରେ ଯାଉଥିବା ଦୁଇଟି ପଞ୍ଚାୟତର ଲୋକମାନେ ଉପକୃତ ହେଉଛନ୍ତି ଅବଶ୍ୟ ନା ହାଜତ ଅଛି, ନା ରହିଛି ଚେୟାର ଟେବୁଲ୍ l ସବୁ ଏଠି ଅବ୍ୟବସ୍ଥା ଭିତରେ କାମ କରୁଛନ୍ତି କାର୍ଯ୍ୟରତ ପୋଲିସ ମାନେ l ଜଣେ ପୋଲିସ ଏ ଏସ ଆଇ ସାଙ୍ଗକୁ ଚାରିଜଣ ଷ୍ଟାଫ ରହିଛନ୍ତି, ସେଠାରେ ହେଉଥିବା ଚୋରି ଡକାୟତି, ଘଟଣା ଦୁର୍ଘଟଣା ସମାଧାନ ହେଉ ଥିବା ଶୁଣିବାକୁ ମିଳୁଥିବା ବେଳେ, ନିଜସ୍ୱ ଫାଣ୍ଡି ଗୃହ ନଥିବାରୁ ଉଭୟ କାର୍ଯ୍ୟରତ ପୋଲିସ ସହ ସାଧାରଣ ଜନତା ହଇରାଣ ହରକତ ହେଉଥୁବା ଶୁଣିବାକୁ ମିଳୁଛି l ଏଠି ଫାଣ୍ଡିର କାର୍ଯ୍ୟରତ କର୍ମଚାରୀଙ୍କ ନାମ ଓ ମୋବାଇଲ ନମ୍ବର ମଧ୍ୟ ବଦଳି ନଥିବା ସାଧାରଣରେ ଚର୍ଚ୍ଚା ହେବା ସହ ଦେଖିବାକୁ ମିଳିଛି l ସ୍ଥାନୀୟ ଜନତାଙ୍କ କହିବା ଅନୁସାରେ ଫାଣ୍ଡି ଗୃହ ନିର୍ମାଣ ପାଇଁ ସ୍ଥାନ ଚି଼ହ୍ନଟ ପ୍ରାୟତଃ ସରିଥିବା ବେଳେ କୋଉଠି ନା କୋଉଠି ପ୍ରଶାସନର ଉଦାସୀନତା ପାଇଁ ଫାଣ୍ଡି ଗୃହ ନିର୍ମାଣ ଆରମ୍ଭ ହୋଇ ପାରିନି, ଅବଶ୍ୟ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ ଏ ସମ୍ପର୍କରେ ଅବଗତ ଅଛନ୍ତି ଓ ଶୀଘ୍ର କରାଯିବ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି l ଯଥା ଶୀଘ୍ର ଫାଣ୍ଡି ଗୃହ ନିର୍ମାଣ ହୋଇ ସାଧାରଣ ଜନତାଙ୍କୁ ସେବା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content CaratLane - A TATA Product Launches its 374th store in Bhubaneswar by Proprietor Abhimanyu Maharana October 12, 2026 ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 12, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026