
୨୫ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ସାରା ବିଶ୍ୱ ପାଳନ କରୁଛି ବଡ଼ଦିନ । ମଧ୍ୟ ରାତ୍ରରୁ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗାଁ ଗହଳିରେ ଥିବା କ୍ୟାଥଲିକ, ବାପିଷ୍ଟ୍ , ସି.ଏନ.ଆଇ ଚର୍ଚ୍ଚ ଓ ଉପାସନା ଗୃହରେ ଖ୍ରୀଷ୍ଟ ବିଶ୍ବାସୀ ଙ୍କ ଭିଡରେ ସମୂହ ପ୍ରାର୍ଥନା କରିବା ସହ ଏହି ପର୍ବ ବଡ଼ ଧୂମ୍ଧାମ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରାଯାଇଛି । ଏହି ପର୍ବ ପାଇଁ ଖ୍ରୀଷ୍ଟପ୍ରେମୀଙ୍କ ମଧ୍ୟରେ ଦେଖାଯାଇଛି ଖୁସି । ଚାରିଆଡ଼େ କେବଳ ଶାନ୍ତି, ସଦ୍ଭାବନା ଓ ମୈତ୍ରୀର ବାର୍ତ୍ତା ଦିଆଯାଇଛି । ଘରେ ଘରେ ଦେଖାଯାଇଛି ଉତ୍ସବମୁଖର ।
