ଫସଲ କ୍ଷତି ଆକଳନ କଲେ – ସରକାରି ଅଧିକାରୀ

୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଧଳାପଥର ଗ୍ରାମପଞ୍ଚାୟତ ଅଧୀନ ଠଣ।ପଲ୍ଲୀ ମୌଜାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ହୋଇ ଥିବା ଫସଲ କ୍ଷତି ଆକଳନ କଲେ ଧଳାପଥର ରାଜସ୍ବ ଅଧିକାରି ସବିତା ବେହେରା ଓ ଗ୍ରାମ୍ୟ କୃଷି ଅଧିକାରୀ ଅନିଲ ମଲ୍ଲିକ, ଦୁଷ୍ମନ୍ତ କୁମାର ସ୍ବାଇଁ।ଧାନ ବିଲରେ ପାଣି ଚାଲିବା ଫଳରେ କଟା ଧାନ ଫସଲ ପ୍ରଭାବିତ ହୋଇଅଛି ତାହା ଅତି ନିକଟରୁ ଅଧିକାରୀମାନେ ଦେଖି ଦୁଃଖପ୍ରକାଶ କରିବା ସହିତ କ୍ଷତିଗ୍ରସ୍ତ ଚାଷୀମାନେ ତୁରନ୍ତ କିପରି ସହାୟତା ପାଇବେ ସେଥି ନିମନ୍ତେ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

ଧାନ ଗଜା ହେବ। ସହ ପଚିବ।ଆରମ୍ଭ କରିଥିବାରୁ ଚାଷୀମାନେ ତୁରନ୍ତ ସହାୟତା ପାଇଁ ଦାବି କରୁଥିଲେ। ସମବାୟ ସମିତିରୁ ଋଣ କରି ଚାଷ କରିଥିବାରୁ କେମିତି ଋଣ ପରିଶୋଧ କରିବେ ତାହା ଚିନ୍ତା ଘାରିଛି। ବର୍ଷକର ଫସଲ ଉଜୁଡ଼ି ଯାଇଥିବାରୁ ଚାଷୀ ଆଜି ମର୍ମାହତ।ଏହି ଫସଲ କ୍ଷତି ଆକଳନ କାର୍ଯ୍ୟରେ ମାଗୁଣି ଚରଣ ହୋତା,ପ୍ରମୋଦ ସାହୁ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଭାଗିରଥୀ ଦାଶ, ସର୍ବେଶ୍ଵର ମହାପାତ୍ର ଆଦି ଚାଷୀ ମାନେ ଅଧିକାରୀଙ୍କୁ ବିଲ ଦେଖାଇଥିଲେ ।

Exit mobile version