
୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ ଜିଲ୍ଲା ରଣପୁର ମହୋତ୍ସବ “ଅର୍ଜୁନ” – ୨୦୨୫ ପାଇଁ ପ୍ରସ୍ତୁତି ଚାଲିବା ସହ ଆଲୋଚନା, ପର୍ଯ୍ୟାଲୋଚନା , ସମୀକ୍ଷା ଓ ପରାମର୍ଶ ପାଇଁ ମହୋତ୍ସବ କମିଟି ସମ୍ପାଦକ ସ୍ବରାଜ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ରଣପୁର ମା ମଣୀନାଗ ମନ୍ଦିର ନିକଟସ୍ଥ ମା ମଣିନାଗ କଲ୍ୟାଣ ମଣ୍ଡପ ରେ ପୂର୍ବାହ୍ନ ବାରଟା ବେଳେ ଅନୁଷ୍ଠିତ ହୋଇ ଯାଇଛି ! ଏହି ବୈଠକ ରେ ରଣପୁର ବ୍ଳକ ଅଂଚଳରେ କାର୍ଯ୍ୟରତ ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ୍ସ ମିଡ଼ିଆର, ୱେବ୍ ମିଡିଆ, ସାଟେଲାଇଟ ମିଡିଆ ର ପ୍ରାୟ ଚାଳିଶି ଜଣ ସାମ୍ବାଦିକ ଯୋଗ ଦେଇଥିଲେ !

