Home ଓଡ଼ିଶା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କୁ ମଙ୍ଗଳବାର ଏକ ଭାବବିହ୍ବଳ ପରିବେଶରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏଥି ସହିତ ସମ୍ପୃକ୍ତ ବିଦ୍ୟାଳୟର ଇଂରାଜୀ ଶିକ୍ଷୟିତ୍ରୀ ଭାଲେଣ୍ଟିନା ନାହାକ, ଗଣିତ ଶିକ୍ଷକ ସୁଧାକର ଭାତ୍ରା, କମ୍ପ୍ୟୁଟର ଶିକ୍ଷୟିତ୍ରୀ ଜାନକୀ ପ୍ରଧାନ, ହିନ୍ଦୀ ଶିକ୍ଷୟିତ୍ରୀ ସୁପ୍ରଭା ସେନାପତି ଓ କ୍ରୀଡ଼ା ଶିକ୍ଷକ ଅମ୍ବିକା ପ୍ରସାଦ ଦାଶଙ୍କୁ ମଧ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପଟେଲ ପ୍ରତିଯୋଗିତା ମୂଳକ ମନୋଭାବ, କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜକୁ ପ୍ରସ୍ତୁତ କରି ଜଣେ ଆଦର୍ଶ ଶିକ୍ଷାର୍ଥୀ ଭାବେ ସୁନାମ ଅର୍ଜ୍ଜନ କରିବା ପାଇଁ ଛାତ୍ର ଓ ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଗତ ୨୦୧୭ ଅକ୍ଟୋବର ମାସରେ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ସେ ଦାୟିତ୍ଵ ଗ୍ରହଣ କରିଥିଲେ।ପରେ ୨୦୧୮ରେ ଗଞ୍ଜାମ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ନୋଡାଲ ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ବହନ କରିଥିଲେ। ତାଙ୍କ ଦୀର୍ଘ ୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟରେ ଅନୁଶାସନ, ଉତ୍ତମ ଶୈକ୍ଷିକ ବାତାବରଣ ମଧ୍ୟରେ ଛାତ୍ର ଓ ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରି ବିଦ୍ୟାଳୟର ସୁନାମ ଅର୍ଜ୍ଜନ କରିଥିଲେ। ଏକ ନିରାଡ଼ମ୍ବର ଓ ଭାବବିହ୍ବଳ ପରିବେଶରେ ବିଦ୍ୟାଳୟ ପକ୍ଷରୁ ଅଧ୍ୟକ୍ଷ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଳକ ଶାସନ ଆମ୍ବଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କୁ କଟକ ଜିଲ୍ଲା କଟକ ସଦର ଶ୍ରୀରାମ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ସାନଖେମୁଣ୍ଡି ବ୍ଲକ ଛଣମେରୀ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରଶ୍ମୀ ରଞ୍ଜନ ବେଉରାଙ୍କୁ କଟକ ଜିଲ୍ଲା ଆଠଗଡ଼ କୁଲାଇଲୋ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ବଦଳି କରାଯାଇଛି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026 ହୀରାକୁଦ ଜଳଭଣ୍ଡାରରୁ ୨୮ ଟି ଗେଟ ଖୋଲା ଗଲା,ମହାନଦୀରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ, ସତର୍କତା ସଂକେତ by Proprietor Abhimanyu Maharana September 29, 2026 ବିଶ୍ୱ ଜଳାତଙ୍କ ଦିବସ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 29, 2026