୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ଉପଖଣ୍ଡ ଚିକିତ୍ସାଳୟ, ହିଞ୍ଜିଳିକାଟୁ ପକ୍ଷରୁ ସୋମବାର ହିଞ୍ଜିଳି ବ୍ଲକ ଖଣ୍ଡରା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡ଼ାକ୍ତର ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ସ୍ୱାସ୍ଥ୍ୟ ଟିମ୍ ଗ୍ରାମ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଚ୍ଛାତ୍ର ଛାତ୍ରୀଙ୍କୁ ନେଇ ସ୍ବଚ୍ଛ ଭାରତ ମିଶନର ଆଭିମୁଖ୍ୟ ଓ ଏହାର ଉପଯୋଗୀତା ବିଷୟରେ ପରାମର୍ଶ ଦେବା ସହ ଗାଁ ପରିମଳ ଓ ପରିବେଶକୁ ସ୍ୱଚ୍ଛତା ରଖିବା,ପ୍ରଦୂଷଣ ମୁକ୍ତ ଗାଁ ଲାଗି ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ସମ୍ପୃକ୍ତ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ପ୍ଲାକାର୍ଡ ପ୍ରଦର୍ଶନ କରି ଗ୍ରାମବାସୀଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ।

