Home ଓଡ଼ିଶା ବୈତରଣୀ ନଦୀ ଶଯ୍ୟାରୁ ଉଦ୍ଧାର ହେଲା ବିରଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଭଣ୍ଡାରିପୋଖରୀ ମଣିନାଥ ପୁର ଠାରେ ୧୮ଟି ଶୈବ – ବୌଦ୍ଧ ଦେବାଦେବୀଙ୍କ ୬ଷ୍ଠ/୭ମ ଶତାବ୍ଦୀର ଅର୍ଘ୍ୟ ସ୍ତୁପ କ୍ଷୁଦ୍ର ମନ୍ଦିର ; ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଚର୍ଚ୍ଚିତ ଖବର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀ ରୁ ଉଦ୍ଧାର କରାଯାଇଛି ୧୮ଟି ପ୍ରାଚୀନ ବିରଳ ଶୈବ ଓ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ପ୍ରାଚୀନ ଅର୍ଘ୍ୟ ସ୍ତୁପ ଓ ମନ୍ଦିର। ସୂଚନା ଆଧାରରେ ନଦୀ ପଠାକୁ ମଣିନାଥପୁର ଗ୍ରାମର ଯୁବକ ବିବେକାନନ୍ଦ ସକାଳୁ ସକାଳୁ ବୁଲିବାକୁ ଯାଇଥିବା ବେଳେ ହଠାତ୍ ଏକ ମୂର୍ତ୍ତି ଦେଖି ସ୍ଥାନୀୟ ଇନଟାକ ସଦସ୍ୟ ତଥା ଯୁବ ଗବେଷକ ବିଶ୍ବମ୍ବର ରାଉତଙ୍କୁ ସୂଚନା ଦେଇଥିଲେ । ଶ୍ରୀ ରାଉତ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ପୂର୍ବକ ଆଖପାଖ ଅଞ୍ଚଳରେ ଅନେଶ୍ୱଣ କରି ୧୮ ଟି ଅର୍ଘ୍ୟ ସ୍ତୁପ କ୍ଷୁଦ୍ର ମନ୍ଦିର ଠାବ କରିଥିଲେ।ଯେଉଁଥିରେ ୧୨ଟି ଶୈବ ସଂସ୍କୃତି ମୂର୍ତ୍ତି ଶିବ, ପାର୍ବତୀ,ଗଣେଶ ଖୋଦିତ ଅର୍ଘ୍ୟ ମନ୍ଦିର ଥିବା ବେଳେ ୬ଟି ବୌଦ୍ଧ ଦେବାଦେବୀ ବୁଦ୍ଧ, ତାରା, ପଦ୍ମପାଣି ଥିବା ବୌଦ୍ଧ ଅର୍ଘ୍ୟ ସ୍ତୁପ ଥିବା ଜାଣି ଓଡ଼ିଶାର ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ୍ ଡକ୍ଟର ସୁନୀଲ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ।ତେବେ ଡକ୍ଟର ପଟ୍ଟନାୟକ ମୂର୍ତ୍ତି ଖୋଦିତ ଅର୍ଘ୍ୟ ମନ୍ଦିର ଓ ଅର୍ଘ୍ୟ ସ୍ତୁପ ଗୁଡ଼ିକ ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ ୬ଷ୍ଠ, ୭ମ, ୮ମ ଶତାବ୍ଦୀରେ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହ ଏଥିରେ ରହିଥିବା ଶିବ,ପାର୍ବତୀ, ଗଣେଶ,ବୁଦ୍ଧ,ପଦ୍ମପାଣି,ତାରା, ନୃତ୍ୟାଙ୍ଗନା,ଭୈରବ, ଆଦି ମୂର୍ତ୍ତି ଗୁଡିକ ଶୈବ,ବୌଦ୍ଧ ଧର୍ମର ଅମୂଲ୍ୟ ସ୍ମାରକୀ ବୋଲି ଅଭିହିତ କରିଥିଲେ।କିଛି ଅର୍ଘ୍ୟ ସ୍ତୁପ ମନ୍ଦିରର ଉଚ୍ଚତା ସାଡେ ୪ ଫୁଟ ହୋଇଥିବା ବେଳେ ଆଉ କିଛି ଅଢେ଼ଇ ଫୁଟ ଉଚ୍ଚତା ବୋଲି ଜଣା ପଡ଼ିଛି। ତେବେ ଶ୍ରୀ ରାଉତଙ୍କ ଉଦ୍ୟମରେ ମୂର୍ତ୍ତି ଗୁଡ଼ିକ ସ୍ଥାନୀୟ ବାସିନ୍ଦା ନାରାୟଣ, ସମୀର,ଉମେଶ, ଚିଣ୍ଟୁଙ୍କ ସହଯୋଗରେ ସ୍ଥାନୀୟ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଉପସ୍ଥିତିରେ ବୌଦ୍ଧବିହାର ସଂଗ୍ରହାଳୟକୁ ପ୍ରଦାନ କରାଯାଇଥିଲା। Categories: ଓଡ଼ିଶା, ଭଦ୍ରକ, ହୋମ୍ Related Content କନ୍ଧ ନୟାଗଡ଼ ରେ ରାଧାକୃଷ୍ଣ ସେବା ସଂସ୍ଥା ଆନୁକୂଲ୍ୟରେ ଷୋଡଶ ବାର୍ଷିକ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ by Proprietor Abhimanyu Maharana September 6, 2026 ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସମାରୋହ by Proprietor Abhimanyu Maharana September 6, 2026 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କୋଟି କୋଟି ଟଙ୍କା ଠକେଇ ମାମଲାରେ ୩ ଅଭିଯୁକ୍ତ ଗିରଫ by Proprietor Abhimanyu Maharana September 6, 2026 ଗଜପତିଜିଲ୍ଲା ଶିକ୍ଷାଧିକାରୀ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ପକ୍ଷରୁ ନୂଆଦିଲ୍ଲୀ ଠାରେ ସମ୍ମାନିତ by Proprietor Abhimanyu Maharana September 6, 2026 ପାରମ୍ପରିକ କଳା ଓ କାରିଗରଙ୍କ ସମ୍ମାନ ପାଇଁ ‘ସଂପର୍କ’ ଓ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳର ପ୍ରୟାସ by Proprietor Abhimanyu Maharana September 6, 2026 ୧ କ୍ୟୁଣ୍ଟାଲ ୮୩ କେଜି ଗଞ୍ଜେଇ ଜବତ, ୨ଅଟକ by Proprietor Abhimanyu Maharana September 6, 2026