Home ଓଡ଼ିଶା ବୈତରଣୀ ନଦୀ ଶଯ୍ୟାରୁ ଉଦ୍ଧାର ହେଲା ବିରଳ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭଦ୍ରକ :-> ଭଣ୍ଡାରିପୋଖରୀ ମଣିନାଥ ପୁର ଠାରେ ୧୮ଟି ଶୈବ – ବୌଦ୍ଧ ଦେବାଦେବୀଙ୍କ ୬ଷ୍ଠ/୭ମ ଶତାବ୍ଦୀର ଅର୍ଘ୍ୟ ସ୍ତୁପ କ୍ଷୁଦ୍ର ମନ୍ଦିର ; ଭଦ୍ରକ ଭଣ୍ଡାରିପୋଖରୀ ଅଞ୍ଚଳର ଚର୍ଚ୍ଚିତ ଖବର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ମଣିନାଥପୁର ନିକଟ ବୈତରଣୀ ନଦୀ ରୁ ଉଦ୍ଧାର କରାଯାଇଛି ୧୮ଟି ପ୍ରାଚୀନ ବିରଳ ଶୈବ ଓ ବୌଦ୍ଧ ଦେବାଦେବୀଙ୍କ ମୂର୍ତ୍ତି ଖୋଦିତ ପ୍ରାଚୀନ ଅର୍ଘ୍ୟ ସ୍ତୁପ ଓ ମନ୍ଦିର। ସୂଚନା ଆଧାରରେ ନଦୀ ପଠାକୁ ମଣିନାଥପୁର ଗ୍ରାମର ଯୁବକ ବିବେକାନନ୍ଦ ସକାଳୁ ସକାଳୁ ବୁଲିବାକୁ ଯାଇଥିବା ବେଳେ ହଠାତ୍ ଏକ ମୂର୍ତ୍ତି ଦେଖି ସ୍ଥାନୀୟ ଇନଟାକ ସଦସ୍ୟ ତଥା ଯୁବ ଗବେଷକ ବିଶ୍ବମ୍ବର ରାଉତଙ୍କୁ ସୂଚନା ଦେଇଥିଲେ । ଶ୍ରୀ ରାଉତ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ପୂର୍ବକ ଆଖପାଖ ଅଞ୍ଚଳରେ ଅନେଶ୍ୱଣ କରି ୧୮ ଟି ଅର୍ଘ୍ୟ ସ୍ତୁପ କ୍ଷୁଦ୍ର ମନ୍ଦିର ଠାବ କରିଥିଲେ।ଯେଉଁଥିରେ ୧୨ଟି ଶୈବ ସଂସ୍କୃତି ମୂର୍ତ୍ତି ଶିବ, ପାର୍ବତୀ,ଗଣେଶ ଖୋଦିତ ଅର୍ଘ୍ୟ ମନ୍ଦିର ଥିବା ବେଳେ ୬ଟି ବୌଦ୍ଧ ଦେବାଦେବୀ ବୁଦ୍ଧ, ତାରା, ପଦ୍ମପାଣି ଥିବା ବୌଦ୍ଧ ଅର୍ଘ୍ୟ ସ୍ତୁପ ଥିବା ଜାଣି ଓଡ଼ିଶାର ବିଶିଷ୍ଟ ପ୍ରତ୍ନତତ୍ତ୍ଵବିତ୍ ଡକ୍ଟର ସୁନୀଲ ପଟ୍ଟନାୟକଙ୍କ ସହିତ ଯୋଗାଯୋଗ କରିଥିଲେ।ତେବେ ଡକ୍ଟର ପଟ୍ଟନାୟକ ମୂର୍ତ୍ତି ଖୋଦିତ ଅର୍ଘ୍ୟ ମନ୍ଦିର ଓ ଅର୍ଘ୍ୟ ସ୍ତୁପ ଗୁଡ଼ିକ ଖଣ୍ଡୋଲାଇଟ ପ୍ରସ୍ତରରେ ନିର୍ମିତ ୬ଷ୍ଠ, ୭ମ, ୮ମ ଶତାବ୍ଦୀରେ ମୂର୍ତ୍ତି ବୋଲି ଚିହ୍ନଟ କରିବା ସହ ଏଥିରେ ରହିଥିବା ଶିବ,ପାର୍ବତୀ, ଗଣେଶ,ବୁଦ୍ଧ,ପଦ୍ମପାଣି,ତାରା, ନୃତ୍ୟାଙ୍ଗନା,ଭୈରବ, ଆଦି ମୂର୍ତ୍ତି ଗୁଡିକ ଶୈବ,ବୌଦ୍ଧ ଧର୍ମର ଅମୂଲ୍ୟ ସ୍ମାରକୀ ବୋଲି ଅଭିହିତ କରିଥିଲେ।କିଛି ଅର୍ଘ୍ୟ ସ୍ତୁପ ମନ୍ଦିରର ଉଚ୍ଚତା ସାଡେ ୪ ଫୁଟ ହୋଇଥିବା ବେଳେ ଆଉ କିଛି ଅଢେ଼ଇ ଫୁଟ ଉଚ୍ଚତା ବୋଲି ଜଣା ପଡ଼ିଛି। ତେବେ ଶ୍ରୀ ରାଉତଙ୍କ ଉଦ୍ୟମରେ ମୂର୍ତ୍ତି ଗୁଡ଼ିକ ସ୍ଥାନୀୟ ବାସିନ୍ଦା ନାରାୟଣ, ସମୀର,ଉମେଶ, ଚିଣ୍ଟୁଙ୍କ ସହଯୋଗରେ ସ୍ଥାନୀୟ ବୌଦ୍ଧବିହାର ଟ୍ରଷ୍ଟି କମଳାକାନ୍ତ ନାୟକଙ୍କ ଉପସ୍ଥିତିରେ ବୌଦ୍ଧବିହାର ସଂଗ୍ରହାଳୟକୁ ପ୍ରଦାନ କରାଯାଇଥିଲା। Categories: ଓଡ଼ିଶା, ଭଦ୍ରକ, ହୋମ୍ Related Content ଭୁବନେଶ୍ୱର କୁଆଖାଇ ରେ ପ୍ରସ୍ତୁତ କୁତ୍ରିମ ପୋଖରୀ ରୁ ନର୍ଦମା ପାଣି ପରିକା ବାହାରୁଥିଲା ଦୁର୍ଗନ୍ଧ - ଶ୍ରଦ୍ଧାଳୁଙ୍କ ଅଭିଯୋଗ ପରେ ଆକ୍ସନ ମୋଡ୍ରେ BMC by Proprietor Abhimanyu Maharana October 22, 2026 ଡୁମେରଚୁଆଁରେ ଭାଲୁ ଆକ୍ରମଣରେ ଜୀବନ ଗଲା, ଏବେ ଭାଲୁ ଆତଙ୍କରେ ଥରୁଛି କଣ୍ଟାବାଞ୍ଜି by Proprietor Abhimanyu Maharana October 22, 2026 କଟକ ୬ଷ୍ଠ ପୋଲିସ ବାଟାଲିୟନ ପକ୍ଷରୁ ସହୀଦ ସ୍ମୃତି ଦିବସ ପାଳିତ by Proprietor Abhimanyu Maharana October 22, 2026 ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ by Proprietor Abhimanyu Maharana October 22, 2026 ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ by Proprietor Abhimanyu Maharana October 21, 2026 Delhi’s Sahapurjat Durga Puja Celebrates Silver Jubilee by Proprietor Abhimanyu Maharana October 21, 2026