Home ଓଡ଼ିଶା ବିଜେଡି ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :- ବିଜୁ ଜନତା ଦଳ ସଭାପତି ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ବିଜେଡ଼ିର ପ୍ରତିଷ୍ଠା ଦିବସ ପାଳନ ହେବ। ଏହି କ୍ରମରେ ଆସନ୍ତା ୨୬ ତାରିଖରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳନ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ନିର୍ବାଚନ ମଣ୍ଡଳୀର ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ହିଞ୍ଜିଳି ପୌରଞ୍ଚଳ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେଉପସ୍ଥିତ ନେତା ଓ କର୍ମୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରେ ଆସନ୍ତା ୨୬ ତାରିଖ ଦିବା୧୦ ଘଣ୍ଟା ସମୟରେ ସମସ୍ତ ନେତା ଓ କର୍ମୀ ଶେରଗଡରେ ପହଞ୍ଚି ଅବସ୍ଥାପିତ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିରରେ ପହଞ୍ଚିବେ ଓ ଜଗନ୍ନାଥଙ୍କ ଠାରେ ୨୮ଟି ଦ୍ୱୀପ ଦାନ କରି ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ନବୀନ ବାବୁଙ୍କ ନେତୃତ୍ୱରେ ଗତ ୨୪ ବର୍ଷର ସୁଶାସନ, ବିକାଶ ମୂଳକ ଜନ କଲ୍ୟାଣ ଯୋଜନା ଓ ବିଜେପିର ୬ ମାସର ଜୁମୁଲା ଶାସନ, ଅପାରଗତା ବିଷୟରେ ଜନ ସାଧାରଣଙ୍କୁ ସଚେତନ କାର୍ଯ୍ୟକ୍ରମ କରିବାକୁ ନିଷ୍ପତି ନିଆଯାଇଛି।ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲ ବ୍ୟାପକ ନଷ୍ଟ ହୋଇଛି। ଉକ୍ତ ଦିନ ଚାଷୀଙ୍କୁ ଅତିଶୀଘ୍ର କ୍ଷତି ପୁରାଣ ପ୍ରଦାନ କରିବାକୁ ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟସରକାରଙ୍କ ସ୍ମାରକପତ୍ର ପ୍ରଦାନ କରାଯିବ। ବୈଠକରେ ବିଧାୟକଙ୍କ ଡିଆରଡ଼ିଏ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଶେରଗଡ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ଶେରଗଡ ବ୍ଲକ ସଭାପତି ଶରତ ଚନ୍ଦ୍ର ପାତ୍ର, ବିଧାୟକଙ୍କ ପ୍ରତିନିଧି ଦିଗାମ୍ବର ନାହାକ, ପ୍ରମୋଦ ପାତ୍ର, କାହ୍ନା ପଟ୍ଟନାୟକ,ହିଞ୍ଜିଳି ବିଜେଡି ସଭାପତି ହୃଦୟାନନ୍ଦ ମହାପାତ୍ର, ବିଧାୟକ ପ୍ରତିନିଧି ପ୍ୟାରୀମୋହନ ପାଢ଼ୀ, ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026