କଟକ ବେଲଭ୍ୟୁ ଛକ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରୁଛନ୍ତି – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତିକୁ ଅନାବରଣ କଲେ ମୁଖ୍ୟମନ୍ତ୍ରୀ । କଟକର ଓଡିଶା ନ୍ୟାୟିକ ଏକାଡେ଼ମୀ ସମ୍ମୁଖ ବେଲଭ୍ୟୁ ଛକ ଠାରେ ମଙ୍ଗଳବାର ଦିନ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ନିର୍ମିତ ବ୍ରୋଞ୍ଚ ପ୍ରତିମୂର୍ତ୍ତିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନାବରଣ କରିଛନ୍ତି ।

ଏହି ଅନାବରଣ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂରଜ ସୂର୍ଯ୍ୟ ବଂଶୀ , କଟକ ସାଂସଦ ଭତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ନିଆଳୀ ବିଧାୟକ ଛବି ମଲ୍ଲିକ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନଙ୍କ ସମେତ ବିଜେପିର ବହୁ ନେତା ଉପସ୍ଥିତ ଥିଲେ ।

Exit mobile version