Home ଓଡ଼ିଶା ଖୋର୍ଦ୍ଧାରୋଡ଼ ମଣ୍ଡଳର ନଅଟି ରେଳ ଷ୍ଟେସନକୁ “ଶକ୍ତି ପରିଚାଳନା ବ୍ୟବସ୍ଥା ମାନକ ପ୍ରମାଣପତ୍ର” ପ୍ରଦାନ କରାଯାଇଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ରେଳ ଷ୍ଟେସନରେ ଉନ୍ନତ ଶକ୍ତି ସମ୍ପନ୍ନ ପରିଚାଳନା ପଦକ୍ଷେପ ଗ୍ରହଣ କରିବା ପାଇଁ ISO 50001:2018 ସାର୍ଟିଫିକେଟ୍ । ଉନ୍ନତ ଶକ୍ତି ସମ୍ପନ୍ନ ପରିଚାଳନା ପଦକ୍ଷେପ ଗ୍ରହଣ ପାଇଁ ଖୋର୍ଦ୍ଧାରୋଡ୍ ମଣ୍ଡଳର ନଅଟି ରେଳ ଷ୍ଟେସନକୁ“ଶକ୍ତି ପରିଚାଳନା ବ୍ୟବସ୍ଥା ମାନକ ପ୍ରମାଣପତ୍ର” ପ୍ରଦାନ କରାଯାଇଛି । ଏହି ଷ୍ଟେସନ ଗୁଡ଼ିକ ହେଲା ପୁରୀ, ଭୁବନେଶ୍ୱର,ଖୋର୍ଦ୍ଧା ରୋଡ୍,ପଲାସା, ବାଲୁଗାଁ,ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ,କଟକ, ବ୍ରହ୍ମପୁର ଷ୍ଟେସନ୍ ରହିଛି । ସମସ୍ତ ନଅଟି ରେଳ ଷ୍ଟେସନ୍ ବିଦ୍ୟୁତ୍ ବ୍ୟବହାରରେ ହ୍ରାସ, ଶକ୍ତି ସଂରକ୍ଷଣ ଏବଂ ଉର୍ଯାକୁ ଅଧିକ ଦକ୍ଷତାର ସହିତ ବ୍ୟବହାର କରିବାରେ ସକ୍ଷମ ହେଇଛି । ଆଇଏସଓ ISO 50001:2018 ପ୍ରମାଣପତ୍ର ହେଉଛି ଶକ୍ତି ପରିଚାଳନା ପ୍ରଣାଳୀ (ENMS) ପାଇଁ ଏକ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନକ । ଏହା ସଂଗଠନ ଗୁଡ଼ିକୁ ସେମାନଙ୍କର ଶକ୍ତି ପ୍ରଦର୍ଶନ ଏବଂ ଶକ୍ତି ଦକ୍ଷତାକୁ ଉନ୍ନତ କରିବାରେ ଏବଂ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (BEE) ଅନୁଯାୟୀ ଆଇନଗତ ଆବଶ୍ୟକତା ମାନିବାରେ ସାହାଯ୍ୟ କରେ । ଏହି ଷ୍ଟେସନ ଗୁଡିକକୁ ଉନ୍ନତ ଶକ୍ତି ପରିଚାଳନା ପ୍ରଣାଳୀ ଗ୍ରହଣ କରିବା ପାଇଁ, ଯେମିତି କି, ସୋଲାର ପ୍ରୟୋଗ,ଉଚ୍ଚ ଶକ୍ତି ବ୍ୟବହାର କରୁଥିବା ଲାଇଟ୍ ଏବଂ ଫ୍ୟାନ୍ ବଦଳରେ ଏଲଇଡି ଏବଂ ଷ୍ଟାର ରେଟେଡ୍ ଉପକରଣ୍ ଉପଯୋଗ କରିବା, ପ୍ଲାଟଫର୍ମ ରେ ଅଧିଗ୍ରହଣ ସେନସର ଲାଗୁ କରିବା,ପାଣି ଟାଙ୍କିରେ ଫ୍ଲୋଟ୍ ୱାଲଭ୍,ଷ୍ଟେସନରେ ଷ୍ଟ୍ରିଟ୍ ଲାଇଟ୍ ପାଇଁ ଟାଇମର୍,ଡିଜି ସେଟ୍ ଗୁଡ଼ିକକୁ ଦକ୍ଷ ବ୍ୟବହାର କରିବା ଇତ୍ୟାଦି । ଥାର୍ଡ ପାର୍ଟି,ଜାତୀୟ ଏଜେନ୍ସି ଏନଭୋ ଗ୍ରୀନ୍ ମ୍ୟାନେଜମେଣ୍ଟ, କଟକ ଦ୍ୱାରା ସର୍ଭେ ଏବଂ ଅଡିଟ୍ ପରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ନଅଟି ରେଳ ଷ୍ଟେସନକୁ ଶକ୍ତି ପରିଚାଳନା ବ୍ୟବସ୍ଥା ମାନକ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ୍.ବାଜୱା, ରେଲୱେ ଷ୍ଟେସନ ଗୁଡ଼ିକକୁ ଶକ୍ତି ସମ୍ପନ୍ନ କରିବା ପାଇଁ, ମେକାନିକାଲ୍ ବିଭାଗର, ଏନଭାୟାରମେଣ୍ଟାଲ ହାଉସ,କିପିଂ ମ୍ୟାନେଜମେଣ୍ଟ (ଇ.ଏନ୍.ଏଚ.ଏମ) ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଓଡ଼ିଶାର ରାଜ୍ୟପାଳଙ୍କ ଦ୍ବାରା ବରଗଡ଼ରେ ବୋଇଂ ସୁକନ୍ୟା କାର୍ଯ୍ୟକ୍ରମ ଷ୍ଟେମ ଲ୍ୟାବ୍ ଓ ଏରୋମଡେଲିଂ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ by Proprietor Abhimanyu Maharana October 12, 2026 Odisha Governor Inaugurates Boeing Sukanya Program STEM Lab and Aeromodeling Training Center in Bargarh by Proprietor Abhimanyu Maharana October 11, 2026 ରଣପୁର ଜୁନିୟର କଲେଜ ନିର୍ବାଚନ : କଂଗ୍ରେସ ସାଥିରେ ଘୋଡା ବେପାର ଯିଏ କରିବ, ବିଜୟୀ ତାହର ହେବ by Proprietor Abhimanyu Maharana October 12, 2026 ଅର୍ଥନୈତିକ ବିକାଶ ପାଇଁ ଶିଳ୍ପସଂସ୍ଥାଗୁଡ଼ିକ ଦକ୍ଷତା ବିକାଶ ଏବଂ ନବସୃଜନର ନେତୃତ୍ୱ ନେବା ଜରୁରୀ : ଭୂପେନ୍ଦ୍ର ସିଂହ ପୁନିଆ by Proprietor Abhimanyu Maharana October 11, 2026 “Industry Must Lead Skill Development and Innovation to Drive Economic Growth”: Bhupendra Singh Poonia by Proprietor Abhimanyu Maharana October 11, 2026 ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ by Proprietor Abhimanyu Maharana October 11, 2026