ଏସାର ପେଟ୍ରୋଲ ପମ୍ପ ପକ୍ଷରୁ ଲକୀ ଡ୍ର – ହିଞ୍ଜିଳିକାଟୁ


ଓଡିଶା ତାଜା ନ୍ୟୁଜ୍ (୨୩ ଅଗଷ୍ଟ ରବିବାର ) ହିଞ୍ଜିଳିକାଟୁ :- ସ୍ଥାନୀୟ ସହର ଉପକଣ୍ଠ ୫୯ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏସାର ପେଟ୍ରୋଲ ପମ୍ପ ତରଫରୁ ଶନିବାର ଗଣେଶ ପୂଜା ଅବସରରେ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। କମ୍ପାନୀ ଦ୍ୱାରା ପ୍ରଯୋଜିତ ଏହି ସ୍କିମ ଫଳରେ ଗ୍ରାହକମାନେ ନିଶ୍ଚିତ ଭାବେ ଉତ୍ସାହିତ ଏବଂ ଲାଭାନ୍ବିତ ହୋଇ ପାରିବେ ବୋଲି ସେ ପ୍ରକାଶ କରିଥିଲେ ।

ପରେ ଲଟେରୀ ଉଠାଣ କରାଯାଇଥିଲା।ପ୍ରଥମ ବିଜେତା ଭାବେ ସୋରଡା ର ସୀମାଞ୍ଚଳ ମଳିକଙ୍କୁ ଏକ ଫ୍ରିଜ ଏବଂ ଦ୍ଵିତୀୟ ବିଜେତା ଭାବେ ସ୍ଥାନୀୟ ହିଞ୍ଜିଳି ସହରର ଭଗବାନ ପଣ୍ଡାଙ୍କୁ ଏକ ସାଇକେଲ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି।ଏଥି ସହ ୨୫ ଜଣ ବିଜେତା ଙ୍କୁ ସାନ୍ତ୍ୱନା ମୂଳକ ଉପହାର ସ୍ୱରୂପ ଗୋଟିଏ ଲେଖାଏଁ ହାତ ଘଣ୍ଟା ପ୍ରଦାନ କରାଯାଇଛି।ଏସାର ପେଟ୍ରୋଲ ପମ୍ପ ପକ୍ଷରୁଏହାର ଗ୍ରାହକ ମାନଙ୍କ ପାଇଁ ଏଭଳି ସୁଯୋଗ ପ୍ରଦାନ କରାଯାଇଛି।ଏହାକୁ ନେଇ ଗ୍ରାହକ ମହଲରେ ଖୁସିର ମହୋଲ ଦେଖାଯାଇଛି।ଏହି ଉଠାଣ ସମୟରେ ସୁମିତ ପାଣିଗ୍ରାହୀ, ଲିଟୁ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ( ହିଞ୍ଜିଳିକାଟୁ /ଶେଷଦେବ ସାହୁ)

Exit mobile version