Home ଓଡ଼ିଶା ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ ମୁହଁ ଖୋଲିଲେ – ଅରୁଣ ସାହୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ପୁସ୍ତକ ରଚନା କରିଛନ୍ତି – ମନଗଢ଼ା କାହାଣୀ ‘ଡାଃ ମିଛ’ ୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡ଼ିରେ କମ୍ପନ । ବହିରେ ଥିବା ତଥ୍ୟକୁ ପ୍ରତ୍ୟାଖ୍ୟାନ କଲା ବିଜେଡ଼ି । ଦଳ ତରଫରୁ official statement ରଖିଛନ୍ତି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଦୀର୍ଘ ବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ଭେଟି ନାହାଁନ୍ତି ରୁବେନ ବାନାର୍ଜୀ । ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି । ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା । ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖିଛନ୍ତି । ଆମେ ବହିକୁ ପ୍ରତ୍ୟାଖାନ କରୁଛୁ, ଓଡ଼ିଶାବାସୀ ମଧ୍ୟ କରିବେ । ବରିଷ୍ଠ ବିଧାୟକ ଅରୁଣ ସାହୁ କହିଛନ୍ତି :- “ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ପୁସ୍ତକ ଲେଖିଛନ୍ତି । ଯିଏ ଓଡ଼ିଶାର ନୁହଁନ୍ତି କିନ୍ତୁ ନବୀନଙ୍କୁ ନେଇ ପୁସ୍ତକ ଲେଖିଛନ୍ତି । ରୁବେନ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । ସେହିପରି ସେ ନବୀନଙ୍କ ସହ କଥା ହୋଇ ନାହାନ୍ତି କି ଇଣ୍ଟରଭ୍ୟୁ ନେଇ ନାହାନ୍ତି । ତତ୍କାଳୀନ ବିରୋଧୀ ଦଳ ଓ ବିଭିନ୍ନ ସ୍ଥାନରେ ହେଉଥିବା ଚର୍ଚ୍ଚାକୁ ଭିତ୍ତି କରି ସେ ଲେଖିଛନ୍ତି । କାହା ଉପରେ ଲେଖୁଛନ୍ତି ତାଙ୍କ ମତାମତ ନେବା କଥା । ଘଟଣା ବା ପ୍ରସଙ୍ଗର ସୋର୍ସ ଲେଖିବା କଥା । କିନ୍ତୁ ସେ ଏହା କରିନାହାନ୍ତି । ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି, ସେମାନଙ୍କ ମତାମତ ନେଇ ଏକପାଖିଆ ଭାବେ ରୁବେନ ବହି ଲେଖିଛନ୍ତି ।” ଅରୁଣ ଆହୁରି ମଧ୍ୟ କହିଛନ୍ତି :- “ସୌଜନ୍ୟତା ଦୃଷ୍ଟିରୁ ମତାମତ ନେବାର ଥିଲା । କିନ୍ତୁ ସେ ବିରୋଧୀ ଦଳ ନେତା ଭାବେ ଲେଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ବିରୋଧୀ ଦଳର ନେତା ଭାବେ ସେ ତାଙ୍କ ମତ ଦେଇଛନ୍ତି । ତାଙ୍କର ବଡି ଲାଙ୍ଗୁଏଜ ଦର୍ଶାଉଛି ଯେମିତି ସେ ବ୍ୟକ୍ତିଗତ ଭାବେ କ୍ଷତ ବିକ୍ଷତ ହୋଇଛନ୍ତି । ଏହି ଲେଖା କଦାପି ଗ୍ରହଣୀୟ ନୁହେଁ । ଲୋକଙ୍କ ହୃଦୟରେ ନବୀନ ରହିଛନ୍ତି । ସରକାରରୁ ଗଲା ପରେ ମଧ୍ୟ ଲୋକମତ ନବୀନଙ୍କ ସହ ରହିଛି । କିନ୍ତୁ ଚା ଖଟି, ତାସ ଖଟିରେ ଚର୍ଚ୍ଚା ଓ ବିରୋଧୀ ଦଳ ଭାଷାକୁ ନିଜ ବହିରେ ସଜେଇ ଲେଖିଛନ୍ତି l ଅରୁଣ ଅଭିଯୋଗ କରିଛନ୍ତି । ‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହାକୁ ନିନ୍ଦା କରିବା ସହ ପ୍ରତ୍ୟାଖ୍ୟାନ କରୁଛି ବିଜେଡି ।” ସେ ଏହି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଶାସକରୁ ରାଜନେତା ପାଲଟିଥିବା ତାମିଲ ଅମଲାତନ୍ତ୍ରୀ ଭି.କେ. ପାଣ୍ଡିଆନଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି । ବିଶେଷ କରି, ୨୦୨୪ ନିର୍ବାଚନ ସମୟରେ ନବୀନ ଘରେ ରହିବା ଓ ୧୪୭ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଏକାକୀ ପ୍ରଚାର ବିଜେଡି ହାରିବାର ପ୍ରମୁଖ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି । ରୁବେନ ଲେଖିଥିବା ବିଭିନ୍ନ ବିଷୟକୁ ନେଇ ଏବେ ରାଜନୀତି ଜୋର୍ ଧରିଛି । ବିଜେପିର ପ୍ରତିକ୍ରିୟା … ବିଜେପି ବିଧାୟକ ବାବୁ ସିଂ କହିଛନ୍ତି :- “ରୁବେନ ବାନାର୍ଜୀ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ବହି ଲେଖିଛନ୍ତି ଓ ଅନେକ କଥା କହିଛନ୍ତି । ତାହା ବିଜେଡି ନେତାଙ୍କୁ ସୁହାଉଥିଲା । ଯେତେବେଳେ ରୁବେନ ବାନାର୍ଜୀ ବର୍ତ୍ତମାନର ସତ କଥା ଆଲୋକପାତ କରିଛନ୍ତି । ତାହା ଶାସକ ଦଳ କଥା ବୋଲି କହୁଛି ବିଜେଡି । ବିଜେଡି ନେତା ଓ କର୍ମୀ ଯାହା ଭାବୁଛନ୍ତି, ତାହା ଲୋକେ କହିବେ କିମ୍ବା ରୁବେନ ବାନାର୍ଜୀ ଲେଖିବେ ନାହିଁ । ଯାହା ସତ୍ୟ ତାହା ଗ୍ରହଣ କରିବା ଉଚିତ ।” Categories: ଓଡ଼ିଶା, ରାଜନୀତି, ହୋମ୍ Related Content "ବିକଶିତ ଭାରତ @୨୦୪୭" ସାମୂହିକ ସଂକଳ୍ପ ଓ "ସେବା ଜ୍ୟୋତି" ପଦଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana October 8, 2026 ଶ୍ରୀକୁଟି ଧାମର ଗୁରୁ ଶ୍ରୀ ଅନାଦି ବାବା ମାନବ ସମାଜର କଲ୍ୟାଣ ପାଇଁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟମାନ କରୁଛନ୍ତି by Proprietor Abhimanyu Maharana October 8, 2026 ନୟାଗଡ଼ରେ ୨ଜଣ ନୂଆ ଶ୍ରମ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana October 8, 2026 ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ରେ ଥିବା ପୁରାତନ ଓ ଦୁର୍ଲଭ ତାଳପତ୍ର ପୋଥି ରୁ ଅନେକ ଗବେଷଣା ତଥ୍ୟମାନ ସଂଗ୍ରହ କଲେ by Proprietor Abhimanyu Maharana October 8, 2026 ପ୍ଲାଷ୍ଟିକ କପରେ ଚାହା, କ୍ୟାନ୍ସରକୁ ସାହା , ବୋଲି ଭିନ୍ନ ଏକ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ପ୍ରାଚୀ ମୁଲକ୍ ତୈଳ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ବୈଠକ by Proprietor Abhimanyu Maharana October 8, 2026