ବତୀମିରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ

୨୪ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-  ଭାରତ ବର୍ଷକୁ ପ୍ରାଚୀନ ପରମ୍ପରାକୁ ଶିକ୍ଷା ଖସଡ଼ାରେ ସ୍ଥାନଦେଇ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏକ ବଳିଷ୍ଠ ପଦକ୍ଷେପ ନେଇଛି l ଭାରତ ବର୍ଷର ଭବିଷ୍ୟତ ଶିଶୁମାନଙ୍କର ମେଧା ଶକ୍ତି ବୃଦ୍ଧି କରିବାରେ ପ୍ରାଚୀନ ସଂସ୍କୃତି ର ଗୁରୁତର ଆବଶ୍ୟକତା ରହିଛି l

ଶିଶୁ ବିଦ୍ୟା ମନ୍ଦିରରେ ଅଧୟନ ରତ ଛାତ୍ର ଛାତ୍ରୀ ଭବିଷତ୍ୟରେ ଉତ୍ତମ ନାଗରିକ ହୋଇ ଦେଶକୁ ନୂଆରୂପରେ ଗଢିବାରେ ସହାୟକ ହୋଇପାରିବେ ବୋଲି ବତୀମିରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର 35ତମ ବାର୍ଷିକ ଉଚ୍ଛବରେ ଯୋଗଦେଇ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି l ରବିବାର ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ସଭାରେ ସଭା ପତିତ୍ୱ କରିଥିଲେ ଶିଶୁ ମନ୍ଦିରର ସଭାପତି ଡା ଉଷା ବୋଷ,

ମୁଖ୍ୟ ଅତିଥିତି ଭାବେ ଜଗତସିଂହପୁର ଏମ ପି ଡ଼ ବିଭୁ ପ୍ରଦାଦ ତରାଇ, ମୁଖ୍ୟ ବକ୍ତା ଭାବେ ଆର ଏସ ଏସ ର ପ୍ରଚାରକ ପ୍ରମୁଖ ପୂର୍ବ କ୍ଷେତ୍ର ପ୍ରଶନ କୁମାର ମିଶ୍ର, ସମ୍ମାନୀୟ ଅତିଥି ଭାବେ ଡା ଶୁଭ କୁମାର ଦାଶ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଥିଲେ l

ଅତିଥି ପରିଚୟ ପ୍ରଦାନ କରିଥିଲେ ବିଦ୍ୟାମନ୍ଦିରର ସମ୍ପାଦକ ବିକ୍ରମ ଦାଶ, ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟl ସୁବାସିନୀ ମହାପାତ୍ର l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଦେଶାତ୍ମ ବୋଧକ ସଂଗୀତ ଗାନ କରାଯାଇଥିଲା l

ଅତିଥିତି ମାନଙ୍କ ଦ୍ୱାରା ଅନୁଷ୍ଠାନର ମୁଖପାତ୍ର କୁ ଉନ୍ମୋଚନ କରାଯାଇଥିଲା l ଏଥିରେ କୃତି ଛାତ୍ର ଛାତ୍ରୀ ମାନଂକୁ ପୁରସ୍କୃତ କରାଯିବା ସହ ଛାତ୍ରଛାତ୍ରୀ ମାନେ ଗୀତିନାଟ୍ୟ ଗଣେଷ ଜନ୍ମ ପରିବେଷଣ କରିଥିଲେ l ଶେଷରେ ଯୁଗ୍ମ ସମ୍ପାଦକ ବଳରାମ ମଲ୍ଲିକ ଧନ୍ୟବାଦ ଦେଇଥିଲେ l

Exit mobile version