୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :- କ୍ୟୁରିଅସ କବ୍ସ, ଭିଭିତ୍ସା ୱାର୍ଲ୍ଡ ସ୍କୁଲ୍ (ଭିଡବ୍ଲ୍ୟୁଏସ୍)ର ନୂଆ ଲୋଗୋର ଭବ୍ୟ ଉନ୍ମୋଚନ ଘୋଷଣା କରି ବେଶ୍ ଆନନ୍ଦିତ, ଯାହାକି ଶିକ୍ଷା କ୍ଷେତ୍ରରେ ଏହାର ଆଗାମୀ ଉଚ୍ଚାଭିଳାଷୀ ଅଧ୍ୟାୟ । ସମ୍ବଲପୁରରେ ଶିକ୍ଷାର ପୁନଃପରିକଳ୍ପନା ପାଇଁ ନିର୍ମିତ ଭିଭିତ୍ସା ୱାର୍ଲ୍ଡ ସ୍କୁଲ \”ଜାଣିବାର ଇଚ୍ଛା\”ର ଦର୍ଶନକୁ ପ୍ରତିଫଳିତ କରିଛି ଏବଂ ବୌଦ୍ଧିକ, କଳାତ୍ମକ, ସାମାଜିକ ଏବଂ ଭାବନାତ୍ମକ ବିକାଶ ଉପରେ ଧ୍ୟାନ ଦେଇ ଶିକ୍ଷା ପ୍ରତି ଏକ ସାମଗ୍ରିକ ଆଭିମୁଖ୍ୟର ପ୍ରତିଶ୍ରୁତି ଦେଇଛି ।
ଏଜୁକେସନ୍ ୱାର୍ଲ୍ଡ ଦ୍ୱାରା ଭାରତର ୭ ନମ୍ବର ପ୍ରିସ୍କୁଲ ଭାବରେ ମାନ୍ୟତା ପାଇଥିବା କ୍ୟୁରିୟସ କବ୍ସ ପ୍ରିସ୍କୁଲ୍ ଗର୍ବର ସହ ଯୁବ ମନକୁ ପୋଷଣ କରିବା ଏବଂ ଭବିଷ୍ୟତର ଲିଡରଙ୍କୁ ଗଢ଼ିତୋଳିବାର ଏକ ଦଶନ୍ଧି ପାଳନ କରୁଛି । ୨୦୧୪ମସିହାରେ ସ୍ଥାପିତ ହୋଇଥିବା କ୍ୟୁରିୟସ୍ କବ୍ସ ସମ୍ବଲପୁର, ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା ଓ ରାୟପୁର ଭଳି ୫ଟି ସହରରେ ଗୋଟିଏ କେନ୍ଦ୍ରରୁ ଏକ ସମୃଦ୍ଧ ନେଟୱର୍କରେ ପରିଣତ ହୋଇଛି ।
ଏହି ଅବସରରେ ଭିଭିତ୍ସା ୱାର୍ଲ୍ଡ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଦେବଶ୍ରୀ ଦେବଜାନୀ ନିଜର ଉତ୍ସାହ ବ୍ୟକ୍ତ କରି କହିଛନ୍ତି ଯେ, “ଆମର ସବୁଠାରୁ ଶକ୍ତିଶାଳୀ ସମର୍ଥକ ଥିବା ପିତାମାତାଙ୍କ ବିଶ୍ୱାସ ପାଇଁ କ୍ୟୁରିୟସ୍ କବ୍ସର ୧୦ ବର୍ଷ ପୂର୍ତି ପାଳନ କରିବା ଆମକୁ ଅତ୍ୟନ୍ତ ଗର୍ବ ଏବଂ କୃତଜ୍ଞତାରେ ଭରି ଦେଇଛି ।
