ଉଦଯାପନୀ ସମାରୋହ ରାଜ୍ୟର ବର୍ଦ୍ଧିତ ପାଉଥିବା ଷ୍ଟାର୍ଟଅପ୍ ବ୍ୟବସ୍ଥା ଉପରେ ଆଲୋକପାତ
ଭୁବନେଶ୍ୱର :- ନବସୃଜନ ଓ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ବହୁ ପ୍ରତୀକ୍ଷିତ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍-୨୦୨୪ ଡିସେମ୍ବର ୨୧ ତାରିଖରେ ଭୁବନେଶ୍ୱର ଆଇଟିସି ପକ୍ଷରୁ ୱେଲକମ ହୋଟେଲରେ ଆୟୋଜିତ ଏକ ସମାରୋହରେ ଉଦଯାପିତ ହୋଇଛି । ୩୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ଏକ ସମୁଦାୟକୁ ଏକାଠି କରିଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରଦର୍ଶିତ କରିବା ସହ ସହଯୋଗ, ନବସୃଜନ ଓ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅଟଳ ଇନୋଭେସନ ମିଶନ, ଷ୍ଟାର୍ଟଅପ୍ ଓଡ଼ିଶା, ଫ୍ଲୁଇଡ୍ ଭେଂଚର୍ସ, ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିଆଇଏଲ୍) ଏବଂ କାନାରା ବ୍ୟାଙ୍କ ସମେତ ପ୍ରମୁଖ ଅଂଶୀଦାରଙ୍କ ସହଯୋଗରେ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୪ ଆୟୋଜନ କରାଯାଇଥିଲା । ୧୫ ଦିନ ମଧ୍ୟରେ କାର୍ନିଭାଲରେ ଉଦ୍ୟୋଗୀ, ନିବେଶକ, ସରକାରୀ ପ୍ରତିନିଧି ଓ ଅନ୍ୟାନ୍ୟ ଅଂଶୀଦାରଙ୍କୁ ନେଇଏକାଧିକ କାର୍ଯ୍ୟକ୍ରମ ଏବଂ ଆକର୍ଷଣୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯାହା ସଂଯୋଗ, ଜ୍ଞାନ ବିନିମୟ ଏବଂ ରଣନୀତିକକ ସୁଗମ କରିବା ପାଇଁ ଡିଜାଇନ୍ କରାଯାଇଥିଲା ।
ଏହି ସମାପନ ସମାରୋହରେ ଓଡ଼ିଶାର ଉଦ୍ୟୋଗୀ ମନୋଭାବ ଏବଂ ଅଭିନବତାର କେନ୍ଦ୍ର ଭାବରେ ଏହାର ବଢୁଥିବା ପ୍ରାଧାନ୍ୟକୁ ପାଳନ କରାଯାଇଥିଲା । ପ୍ରତିଷ୍ଠାତା, ଉଦ୍ୟୋଗୀ, ନିବେଶକ, ଉଦ୍ଭାବକ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧି ଏବଂ ସରକାରୀ ପ୍ରତିନିଧିଙ୍କ ବିବିଧ ଦର୍ଶକମାନେ ଓଡ଼ିଶାର ଷ୍ଟାର୍ଟଅପ୍ ବ୍ୟବସ୍ଥାରର ଶକ୍ତି ଓ ଅନ୍ତର୍ଭୁକ୍ତୀକରଣକୁ ପ୍ରଦର୍ଶିତ କରିଥିଲେ । ଲାଇଭଲିହୁଡ ଅଲଟନେଟିଭ୍ସର ପ୍ରତିଷ୍ଠାତା ସମ୍ବିତ ତ୍ରିପାଠୀ, ୟୁସିସିଆଇଏଲର ସମ୍ମାନିତ ସମ୍ପାଦକ ସଞ୍ଜୀବ ମହାପାତ୍ର; ଲୁମିନସ୍ ଇନଫୋୱେଜର ସଭାପତି ଜୟଶ୍ରୀ ମହାନ୍ତି; ବି-ୱାନ୍ ବିଜନେସ୍ ନିର୍ଦ୍ଦେଶକ ରାଜେନ୍ ପାଢ଼ୀ; ୟୁଏନଡିପି, ଓଡ଼ିଶାମୁଖ୍ୟ ଶ୍ରୀମତୀ ଆଭା ମିଶ୍ର; ଫ୍ଲୁଇଡ୍ ଭେଞ୍ଚର୍ସର ପାର୍ଟନର ଅମିତ ସିଙ୍ଗଲ; ସୁଶ୍ରୁତ ଟ୍ରମା କେୟାରର ନିର୍ଦେଶିକା ଚିଦାତ୍ମିକା ଖଟୁଆଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ନିଜ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ସମୃଦ୍ଧ କରିଥିଲେ । ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ବୁଝାମଣା ଓଡ଼ିଶାରେ ଏକ ସୁଦୃଢ଼ ଏବଂ ଅନ୍ତର୍ଭୁକ୍ତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଗଠନର ଲକ୍ଷ୍ୟକୁ ଆଗକୁ ବଢ଼ାଇଥିଲା । ଇସ୍ରାଏଲ ଦୂତାବାସର ଇନୋଭେସନ ଆଟାଚେ ମାୟା ଶର୍ମାନଙ୍କ ସମେତ ଅନ୍ତର୍ଜାତୀୟ ବିଶେଷଜ୍ଞଙ୍କ ଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
