୨୩ ଡିସେମ୍ବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :- ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଦୁର୍ଗାଚରଣ ସ୍ମୃତି ସଂସଦରବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଘଟିଥିବା୧୯୬୫ ମସିହା ଯୁଦ୍ଧ ବିଷୟବସ୍ତୁ ଉପରେ ଆଧାରିତ ଦେଶାତ୍ମବୋଧକ ନାଟକ ‘ଆହୂତି’ମଞ୍ଚସ୍ଥ ହୋଇଥିଲା। ନାଟକରେ କଳାକାରମାନେ ପାକିସ୍ତାନ ସରକାରର ଧର୍ମାନ୍ଧତା ଓ ଭାରତରେ କିପରି ବିଭିନ୍ନ ଧର୍ମାବଲମ୍ବୀମାନେ ଶାନ୍ତିର ସହିତ ଭାଇଚାରା ବଜାୟ ରଖି ଦେଶମାତୃକାର ସେବା ପାଇଁ ପ୍ରାଣବଳି ଦେଇ ଧର୍ମ ନିରପେକ୍ଷ ନୀତିକୁ ଆପଣାଇ ନେଇଛନ୍ତି ତାର ନିଖୁଣ ଅଭିନୟ କରିଥିଲେ ।

